ଗଣିତ ସାରଙ୍କ ଗୁଣ ଖରାପ: ଛାତ୍ରୀଙ୍କ ମାଆ କହିଲେ, ଝିଅ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ ଲାଗୁଛି..
4/03/2020 at 2:40 PM

ଭୁବନେଶ୍ବର୩/୩: ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ ଲାଗିଛି। ସାମନ୍ତରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲ ଶିକ୍ଷକ ଜଣେ ନାବାଳିକା ଛାତ୍ରଙ୍କୁ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଆଜି ଉକ୍ତ ସ୍କୁଲରେ ଉତ୍ତେଜନା ଦେଖା ଦେଖା ଦେଇଛି। ଏ ନେଇ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ଲୋକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି। ପୀଡ଼ିତାଙ୍କ ମାଆ କହିଛନ୍ତି ଯେ, ଝିଅ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ ଲାଗୁଛି।
ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି। ସ୍କୁଲର ଗଣିତ ଶିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ଖରାପ ଦୃଷ୍ଟି ଝିଅ ଉପରେ ପଡ଼ିଥିଲା। କିଛିଦିନ ଧରି ଛାତ୍ରୀଙ୍କୁ ହଇରାଣ ହରକତ ମଧ୍ୟ କରୁଥିଲେ। ପାଠ ବାହାନରେ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ଭୟଭୀତ କରୁଥିଲେ। ସଞ୍ଜୟଙ୍କ ଖରାପ ଦୃଷ୍ଟି ଛାତ୍ରୀଙ୍କ ଉପରେ ସବୁବେଳେ ରହୁଥିଲା।
ଗୋଟିଏ ଦିନ ଦଶମ ଶେଣ୍ରୀ ଗୃହକୁ ଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକ ଡାକିଥିଲେ। କେହି ନଥିବା ଦେଖି ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଏହି କଥା କାହାକୁ କହିଲେ ଜୀବନରୁ ମାରି ଦେବେ ଧମକ ମଧ୍ୟ ଶିକ୍ଷକ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ଭୟଭୀତ ନ ହୋଇ ତାଙ୍କ ସହପାଠୀଙ୍କୁ ସାର୍ଙ୍କ କଳାକାରନାମା ସଂପର୍କରେ କହିଥିଲେ। ଏପରି କି ଛାତ୍ରୀ ସହିତ ଘଟିଥିବା ଘଟଣା ସଂପର୍କରେ ତାଙ୍କ ମାଆଙ୍କୁ କହିଥିଲେ। ପରିବାର ଲୋକେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟରେ ଫେରାଦ ହୋଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସମାଧାନ କରିବା ବଦଳରେ ଘଟଣାକୁ ଚାପି ପାଇଁ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଯାଚିଥିଲେ।