ଇଣ୍ଟରନେଟ୍ ଡେଟିଂ ଦିଗ୍ଗଜଙ୍କ ଏକ ଅନୁଧ୍ୟାନରୁ ଖାରପ ବ୍ୟାକରଣ ବି ପ୍ରେମ ଜୀବନକୁ ପ୍ରଭାବିତ କରିଥାଏ ବୋଲି ଜଣାପଡିଛି। ଅନଲାଇନ ଡେଟିଂ ପ୍ରୋଫାଇଲରେ ବ୍ୟାକରଣ ସମ୍ପର୍କିତ ତ୍ରୁଟିକୁ ସମ୍ଭାବିତ ପାର୍ଟନର ରେଡ୍ ଫ୍ଲାଗ ମାର୍କିଂ କରୁଥିବାର ପ୍ରଥମ ଥର ଜଣାପଡିଛି। ଏଥିରେ ୟୁଜରଙ୍କ ଠାରୁ ଜବାବ ମିଳିବାର ସମ୍ଭାବନା ପ୍ରାୟ ୧୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥାଏ। ହୁଏତ ସେ ଏଥିରେ ବିରାମ ଚିହ୍ନ ବି ଲଗାଇ ଦିଅନ୍ତି ଅଥବା ତ୍ରୁଟିପୂର୍ଣ୍ଣ ବନାନ ଯୋଗୁ ବିଷ୍ମୟ ସୂଚକର ବ୍ୟବହାର କରନ୍ତି।
{"id":222394,"width":580,"height":388,"sizeSlug":"large"}ଡେଟିଂ ସାଇଟ୍ରେ ୟୁଜର ପ୍ରାୟତଃ ହଟ୍ ଓ ଆଇଡିଆଲ ପାର୍ଟନର ଖୋଜିବା ଲାଗି ସାକ୍ଷରତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଯଦି ବନାନଗତ ତ୍ରୁଟି ବା ଅନ୍ୟ ବ୍ୟାକରଣଗତ ତ୍ରୁଟି ପରିଲକ୍ଷିତ ହୁଏ ତେବେ ସାକ୍ଷରତା ମୂଲ୍ୟାଙ୍କନରେ ହିଁ ସେମାନେ ଅଧିକ ଆଗକୁ ବଢିବାକୁ ଚାହିଁ ନଥାନ୍ତି। ଏହା ଏକ ଆଧୁନିକ ପ୍ରେମକାହାଣୀ ଯେଉଁଥିରେ ସେ ଆପଣଙ୍କର ପ୍ରୋଫାଇଲ ପସନ୍ଦ କଲେ, ଆପଣ ତାଙ୍କୁ ପସନ୍ଦ କଲେ ବାର୍ତ୍ତାର ଆଦାନପ୍ରଦାନ ହେଲା ତେବେ ସମ୍ପର୍କ ଆଗକୁ ବଢିଲା ବୋଲି ଜାଣିବେ।
{"id":222395,"width":579,"height":275,"sizeSlug":"large"}ଏଥିରେ ଯଦି ଆପଣଙ୍କ ବନାନଗତ ତ୍ରୁଟି ଅଥବା ଭୁଲଭାଲ ବ୍ୟାକରଣର ଉପଯୋଗ କଲେ ତେବେ ଆପଣଙ୍କ ସମ୍ପର୍କ ଅଧିକ ସମୟ ହୁଏତ ଚାଲି ନପାରେ। ବାସ୍ତବରେ ଯେଉଁମାନଙ୍କର ବ୍ୟାକରଣ ଅଧିକ ଔପଚାରିକ ସେହିମାନେ ହିଁ ଏବେ ହଟ୍ ଲୋକଙ୍କ ମଧ୍ୟରେ ପରିଗଣିତ ହେଉଛନ୍ତି। ଲେଖନ ଶୈଳୀରୁ ଲୋକେ ଏବେ ସମ୍ଭାବିତ ପାର୍ଟନରଙ୍କ ତଲାସ କରୁଛନ୍ତି। ଏଣୁ ଉଚ୍ଚକୋଟିର ଲେଖାପଢାର ଅନୁମାନ କାହାର ଲେଖନ ଶୈଳୀରୁ ହିଁ ଜଣା ପଡିଥାଏ।ଏଥିରେ ଅସାବଧାନତା ଅଥବା ଭାଷାଗତ ତ୍ରୁଟିରୁ କେହି ବି ଆପଣଙ୍କୁ ଅଶିକ୍ଷିତ ମୂଲ୍ୟାଙ୍କନ ବି କରିପାରେ। ଏଣୁ ଆପଣ ବି ଯଦି ଅନଲାଇନରେ ପାର୍ଟନର ଖୋଜୁଥାନ୍ତି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ ନଚେତ ଆପଣ ବି ପ୍ରେମରେ ଅନାଡି ସାବ୍ୟସତ ହୋଇପାରନ୍ତି ।