Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଫିସରେ ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ଜାଣନ୍ତୁ ଏହାର ଅପକାରିତା

9/09/2018 at 5:35 PM

ଅଫିସରେ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ନଜିର ରହିଛି | ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ | ଏଠି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ | ହୃଦ ସମ୍ବନ୍ଧୀୟ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇଥାଏ | ଦୀର୍ଘ ସମୟ ବସି ରହିବା ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ମଧ୍ୟ ଠିକ ଭାବେ ହୋଇନଥାଏ | ଅଧିକ ସମୟ ବସି ରହିବା ଫଳରେ ଗୋଡର ମାଂସପେଶୀ ଗୁଡିକ ଦୁର୍ବଳ ହେଇଯାଏ | ତଥ୍ୟ ଅନୁଯାୟୀ ଯେଉଁମାନେ ଅଧିକ ସମୟ ବସି ରହନ୍ତି ସେମାନଙ୍କ ମଧ୍ୟରେ ହୃଦଘାତର ସମ୍ଭାବନା ୧୪୭ ପ୍ରତିଶତ ଅଧିକ ଥାଏ | ତେବେ ଆମେରିକା ଜର୍ଣ୍ଣାଲ ଅଫ ନର୍ସିଙ୍ଗ ତଥ୍ୟ ଅନୁସାରେ ଅଧିକ ସମୟ ବସିରହି କାମ କରୁଥିବା ପୁରୁଷଙ୍କ ମଧ୍ୟରେ କୋଲୋନ କ୍ୟାନସର ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ |

   Related Posts