Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜି-୨୦ ବୈଠକରେ ଦିଲ୍ଲୀ ଘୋଷଣାନାମକୁ ମିଳିଛି ୧୦୦% ସହମତି, ଏହାକୁ ପ୍ରସ୍ତୁତ କରିଥିବା ୪ ଭାରତୀୟଙ୍କ ବିଷୟରେ ଜାଣନ୍ତୁ

10/09/2023 at 10:06 PM

18th Group of 20 Summit

ନୂଆଦିଲ୍ଲୀ: ଜି-୨୦ ବୈଠକ ଶେଷ ହୋଇଛି। ବିଶ୍ୱ ଶାନ୍ତି ପ୍ରାର୍ଥନା ସହିତ ବୈଠକ ସମାପ୍ତ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲ୍‌ଭାଙ୍କୁ ଜି-୨୦ ବୈଠକର ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି

ନୂଆଦିଲ୍ଲୀ ବୈଠକରେ ଯେଉଁ ଘୋଷଣାନାମା ହୋଇଛି ତାକୁ ସର୍ବସମ୍ମତି କ୍ରମେ ୧୦୦ ପ୍ରତିଶତ ମତ ସହ ପାସ୍ କରାଯାଇଛି। ବିଶ୍ୱ ନେତାମାନେ ଏହାକୁ ସମର୍ଥନ ଦେଇଛନ୍ତି। ଜି-୨୦ ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ପଢ଼ିଥିବା ଘୋଷଣା ନାମାରେ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କିତ, ଭୈଗଳିକ ରାଜନୈତିକ ଚାପ, ସ୍ଥାୟୀ ଅଭିବୃଦ୍ଧି ଓ ବିଶ୍ୱ ଗୋଟିଏ ପରିବାର ଆଦି ପ୍ରସଙ୍ଗ ରହିଥିଲା।

ତେବେ ଜି-୨୦ ନେତାଙ୍କ ଏହି ଘୋଷଣନାମା ପ୍ରସ୍ତୁତି ପଛରେ ୪ ଜଣ କୂଟନୀତିଜ୍ଞ ଅଛନ୍ତି। ଏହି ୪ କୂଟନୀତିଜ୍ଞ ରାତିଦିନ ପରିଶ୍ରମ କରି ଡ୍ରାଫ୍ଟ ତିଆରି କରିଥିଲେ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା। ଏହି ୪ ଜଣ ହେଲେ ବ୍ୟକ୍ତି ହେଲେ ଅଭୟ ଠାକୁର, ଆଶିଷ ସିହ୍ନା, ନାଗରାଜ ନାଇଡୁ କକନୁର ଏବଂ ଜଣେ ମହିଳା ଇନାମ ଗମ୍ଭୀର। ଘୋଷଣାନାମା ପ୍ରସ୍ତୁତ କରିବାକୁ ଏମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ବିଭିନ୍ନ ଦେଶ ସହ ଆଲୋଚନା କରିବାକୁ ପଡ଼ିଛି। ରାତି ରାତି ଉଜାଗର ରହିବାକୁ ବି ପଡ଼ିଛି। ଆସନ୍ତୁ ଏମାନଙ୍କ ବିଷୟରେ ଅଧିକ ଜାଣିବା।

ପଢ଼ନ୍ତୁ-G-20ରେ ୭ ବଡ଼ ନିଷ୍ପତ୍ତି: ନୂଆ ସଦସ୍ୟ ହେଲା ଆଫ୍ରିକୀୟ ସଂଘ

ଇନାମ ଗମ୍ଭୀର

୪ କୂଟନୀତିଜ୍ଞଙ୍କ ମଧ୍ୟରେ ଇନାମ ଗମ୍ଭୀର ଜଣେ ମାତ୍ର ମହିଳା ଥିଲେ। ଜେନେଭା ୟୁନିଭର୍ସିଟିରେ ପାଠ ପଢ଼ିଛନ୍ତି ଇନାମ। ସେ ଜାନୁଆରୀ ୨୦୨୧ ଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାମ କରିଆସୁଛନ୍ତି। ଏହା ପୂର୍ବରୁ ସେ ଆର୍ଜେଣ୍ଟିନାରେ ଦାୟିତ୍ୱ ସମ୍ଭାଳିଥିବା ଭାରତର ଦ୍ୱିତୀୟ ରାଷ୍ଟ୍ରଦୂତ ଥିଲେ। ଇନାମ ବର୍ତ୍ତମାନ ଜି-୨୦ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୦୫ ବ୍ୟାଚ୍ IFS ଅଧିକାରୀ।

ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାର ୭୪ ତମ ଅଧିବେଶନର ସଭାପତିଙ୍କ କାର୍ଯ୍ୟାଳୟରେ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଇନାମ ଗମ୍ଭୀର ଏକ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ରିପୋର୍ଟ ଅନୁସାରେ ଗମ୍ଭୀର  ସ୍ପାନିସ୍ ଭାଷା ଜାଣିଛନ୍ତି। ତେଣୁ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସେ ପାକିସ୍ତାନ, ଆଫଗାନିସ୍ତା ଓ ଇରାନ ସହ ଭାରତ ସମସ୍ତ ପ୍ରସଙ୍ଗର ସମାଧାନ କରୁଥିଲେ।  

ଶିକ୍ଷାଗତ ଯୋଗ୍ୟତା କଥା ଦେଖିଲେ ସେ ଦିଲ୍ଲୀ ୟୁନିଭର୍ସିଟିରୁ ଗଣିତର ଡିଗ୍ରୀ ହାସଲ କରିଥିବା ବେଳେ ଜେନେଭା ୟୁନିଭର୍ସିଟିରୁ ଅନ୍ତର୍ଜାତୀୟ ସୁରକ୍ଷାରେ ଡିଗ୍ରୀ ନେଇଛନ୍ତି। ସେ ସ୍ପାନିସ୍‌, ହିନ୍ଦୀ ଓ ଇଂରୀଜାରେ କବିତା ଲେଖନ୍ତି।

ଆଶିଷ ସିହ୍ନା

ସେହିପରି ୨୦୦୫ ବ୍ୟାଚ୍‌ର ଆଉ ଜଣେ ଆଇଏଫ୍‌ଏସ୍ ଅଫିସର ହେଉଛନ୍ତି ଆଶିଷ ସିହ୍ନା। ସେ ମଧ୍ୟ ଅନର୍ଗଳ ସ୍ପାନିସ୍‌ କହି ଜାଣନ୍ତି। ସେ ଭାରତ ପାଇଁ ମାଦ୍ରିଦ, କାଠମାଣ୍ଡୁ ଓ ନ୍ୟୁୟର୍କ ଓ ନାଇରୋବୀରେ ଭାରତ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାକିସ୍ତାନ ପାଇଁ ଡେସ୍କ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।

ଅଭୟ ଠାକୁର

ଋଷ ଭାଷାରେ ସିଦ୍ଧହସ୍ତ ଅଭୟ ଠାକୁର ଭାରତର ଜି-୨୦ ଶେରପା ଅମିତାଭ କାନ୍ତଙ୍କର ଅତିରିକ୍ତ ସିଚବ ସୁସ୍ ଶେରା ନମ୍ବର ୨ ଅଛନ୍ତି। ସେ ମରିସସ୍ ଏବଂ ନାଇଜେରିଆରେ ଭାରତର ରାଷ୍ଟ୍ରଦୂତ ରହି ସାରିଛନ୍ତି। ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନେପାଳ ଏବଂ ଭୁଟାନକୁ ପ୍ରସଙ୍ଗ ବୁଝୁଛନ୍ତି।

ନାଗରାଜ ନାଇଜୁ କାକନୁର 

ନାଗରାଜ ଅନର୍ଗଳ ଚୀନ ଭାଷା ଶିଖିଛନ୍ତି। ନାଗରାଜ ନାଇଡୁ କାକାନୁର ଯୁଗ୍ମ ସଚିବ ଏବଂ ୟୁକ୍ରେନ ବିବାଦ ଉପରେ ସେ ମୁଖ୍ୟ ବୁଝାମଣାକାରୀ। ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନର ରାଷ୍ଟ୍ରପତି କେଡ କ୍ୟାବିନେଟ୍ ଭାବରେ ନାଇଡୁଙ୍କର ବହୁପକ୍ଷୀୟ ଅଭିଜ୍ଞତା ରହିଛି। ୧୯୯୮ ବ୍ୟାଚ୍‌ର ଆଇଏଫ୍‌ଏସ୍ ଅଫିସର ନାଇଡୁ। ସେ ଏମ୍ଇଏର ଅର୍ଥନୈତିକ କୂଟନୀତିଜ୍ଞ ବିଭାଗକୁ ପରିଚାଳନା କରିଛନ୍ତି।

ଏଥିସହିତ ୟୁରୋପ ପଶ୍ଚିମ ଡିଭିଜନର ନେତୃତ୍ୱ ନେଇ ସେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ୟୁରୋପୀୟ ୟୁନିଅନ୍ ସମେତ ପ୍ରମୁଖ ଜି-୭ ଦେଶ ସହ ସମ୍ପର୍କିତ ଦାୟିତ୍ୱରେ ଥିଲେ। ଫ୍ଲେଚର ସ୍କୁଲ୍ ଅଫ୍ ଲ ଆଣ୍ଡ ଡିପ୍ଲୋମାସିରେ ନାଇଡୁ ମାଷ୍ଟର ଡିଗ୍ରୀ ହାସଲ୍ କରିଛନ୍ତି।

   Related Posts