ଟିକା ନେବା ପରେବି ସଂକ୍ରମିତ ହେଉଛନ୍ତି ଲୋକେ ! ଅଧିକାଂଶ ମାମଲା ଡେଲ୍ଟାଭାରିଆଣ୍ଟ

Published By : Prameya-News7 Bureau | August 21, 2021 IST

ନୂଆଦିଲ୍ଲୀ ୨୧।୮: ଦେଶରେ କରୋନା ଦ୍ୱିତୀୟ ଲହରରେ ତାଣ୍ଡବ ରଚିଥିବା ଡେଲ୍ଟା ଭାରିଏଣ୍ଟ ଏବେବି ଚିନ୍ତାର କାରଣ ହୋଇ ରହିଛି। ଟିକାକରଣ ପରେ ସଂକ୍ରମଣ ଅର୍ଥାତ ‘ବ୍ରେକ୍‌ ଥ୍ରୁ ଇନଫେକ୍ସନ’ର ଅଧିକାଂଶ ମାମଲା ଏବେ ଡେଲ୍ଟା ଭାରିଏଣ୍ଟ ବୋଲି ଜଣାପଡିଛି। ଦେଶରେ ଏବେବି ଦୈନିକ ସଂକ୍ରମଣ ଅନୁନ୍ୟ ୩୦ ହଜାର ପାଖାପାଖି ରହୁଛି। ଯେଉଁଥିରେ ଅଧିକାଂଶ ମାମଲା ଡେଲ୍ଟା ଭାରିଆଣ୍ଟ ସଂକ୍ରମଣର ହୋଇଥିବାରୁ ଏହା  ଭାରିଆଣ୍ଟ ଅଫ କନସର୍ଣ୍ଣ  ପାଲଟିଛି। 

ଭାରତୀୟ ସାର୍ସ ସିଓଭି-୨ ଜିନୋମିକ୍ସ କନସୋର୍ଟିୟମ (ଇସକାଗ୍) ଭାରିଏଣ୍ଟ ଅଫ କନସର୍ଣ୍ଣ ଓ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଚିହ୍ନଟ ଲାଗି ଅନୁନ୍ୟ ୩୦ ହଜାର ୨୩୦ ନମୁନାର ଜିନୋମ ସିକ୍ୱେନସିଂ କରିଥିଲେ। ଏଥିରୁ ୨୦ହଜାର ୩୨୪ଟି ମାମଲା ଡେଲ୍ଟା ଜଣାପଡିଛି। ଏଣୁ ଭୂତାଣୁର ଏହି ପ୍ରକାରକୁ ଚିନ୍ତାଜନକ ଶ୍ରେଣୀରେ ରଖାଯାଇଛି।

{"id":499143,"width":838,"height":471,"sizeSlug":"full","linkDestination":"none"}

ଇସକାଗ୍ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍‌ରେ ସଂକ୍ରମଣ ରୋକିବା ଲାଗି କରାଯାଉଥିବା ଭାକ୍ସିନେସନ କରୋନାର ଏହି ଭୂତାଣୁ ପ୍ରକାର ବେଅସର ହେଉଥିବା ସୂଚିତ କରାଯାଇଛି। ଏବେବି ବ୍ରେକଥ୍ରୁ ଇନଫେକ୍ସନ ମାମଲାର ସିକ୍ୱେନସିଂରେ ଅଧିକାଂଶ ଡେଲ୍ଟା ଭାରିଏଣ୍ଟ ମିଳୁଛନ୍ତି। କେବଳ ଭାରତ ନୁହେଁ ଆମେରିକା ସମେତ ୮୦ ଦେଶରେ ଏବେ କରୋନାର ଡେଲ୍ଟା ଭାରିଏଣ୍ଟ ପ୍ରକେପ କରୁଛି। ଗତ ମେ ମାସରେ ଭୂତାଣୁର ଏହି ପ୍ରକାର ଭାରତରେ ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା।

ଭୂତାଣୁର ନୂଆନୂଆ ପ୍ରକୋପ କାଳରେ ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷକୁ ପାର କରୁଥିଲା। ସେତେବେଳେ ଦୈନିକ ମୃତ୍ୟୁ ହାର ମଧ୍ୟ ନୂଆନୂଆ ରେକର୍ଡ କରୁଥିଲା। ଡେଲ୍ଟାର ବି ନୂଆ ନୂଆ ପ୍ରକରଣ ହୋଇଛି। ଏଥିରେ ଡେଲ୍ଟା ପ୍ଲସ୍‌ ମଧ୍ୟ ଏକ ନୂଆ ପ୍ରକରଣ। ହେଲେ ଦେଶରେ ଏପର୍ଯ୍ୟନ୍ତ ୬୧ ଜଣଙ୍କୁ ଡେଲ୍ଟା ପ୍ଲସରେ ସଂକ୍ରମିତ ହୋଇଥିବାର ଚିହ୍ନଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.