ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ, ସିନେ ଜଗତରେ ଶୋକର ଛାୟା

16/03/2020 at 11:05 AM

ବାରିପଦା ୧୬।୦୩: ଓଡିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କର ପରଲୋକ । ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ ଅସୁସ୍ଥ ଥିବାରୁ ବାରିପଦା ସ୍ଥିତ ପିଆର୍‌ଏମ୍ ମେଡିକାଲରେ  ଭର୍ତ୍ତି  ହୋଇଥିଲେ ।

ସମସ୍ତଙ୍କର ପ୍ରିୟ ’ବାଚୁ ଦା’ଓଡିଆ ସିନେ ଜଗତର ମହାରଥୀ ନିମାଁଇ ମହାନ୍ତି  ଓ ସରୋଜ ପଟ୍ଟନାୟକଙ୍କ ସହିତ ଅନେକ ସିନେମାରେ ସଙ୍ଗୀତ ଦେଇ ବେଶ୍ ଲୋକପ୍ରିୟ ହୋଇଥିଲେ ।  ନିମାଁଇ – ସରୋଜ ଯୋଡି ସହିତ ଆହୁରି ଅନେକ ସିନେମାରେ ସେ ଗୀତ ରଚନା କରିଛନ୍ତି । ‘କଥା ରହିଯିବ କାଳକାଳକୁ’, ‘ଗୋପରେ ବଢୁଛି କଳାକହ୍ନେଇ’, ‘ମୋତେ ତ ଲଭ୍ ହେଲାରେ’ ଭଳି ଅନେକ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦଶେନା ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ବାଚୁ ମୁଖାର୍ଜୀଙ୍କ ମୃତ୍ୟୁରେ   ଓଡିଆ ସିନେ ଜଗତ ସହିତ ସାରା ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ବାରିପଦାରେ ଉପସ୍ଥିତ ଥିବା  ଓଡିଆ ସିନେ ଜଗତର ଅନେକ କଳାକାର ତଥା ନିର୍ଦ୍ଦଶେକ ତାଙ୍କର ଅମରଆତ୍ମର  ଶେଷ ଦର୍ଶନ କରିଛନ୍ତି ।

   Related Posts