vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅକ୍ଷୟଙ୍କୁ ଝଟକା ଦେଲା ଫିଲ୍ମ ‘ବଚ୍ଚନ ପାଣ୍ଡେ’, କମାଇବାକୁ ପଡ଼ିଲା ଫିସ୍‌; ଏବେ କେବଳ ଏତିକି ଟଙ୍କାରେ କରିବେ ଫିଲ୍ମ

25/05/2022 at 5:18 PM

ମୁମ୍ୱାଇ ୨୫/୦୫ : ବଲିଉଡର ନାମି ଦାମି କଳାକାରମାନଙ୍କ ମଧ୍ୟରୁ ଅକ୍ଷୟ କୁମାର ଅନ୍ୟତମ। ୨୦୦୭ ରେ ଆସିଥିବା ଫିଲ୍ମ ‘ୱେଲକମ୍’ ବକ୍ସ ଅଫିସରେ ଦର୍ଶକମାନଙ୍କ ଦ୍ୱାରା ଲୋକପ୍ରିୟ ହେବା ପରେ ଅକ୍ଷୟ କୁମାର ପ୍ରତ୍ୟକ ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କର ଫିସ୍‌ ୯୯ କୋଟି ଟଙ୍କା ନେଉଥିଲେ। ଫଳରେ ତାଙ୍କର ଅଭିନୟ କରିବାର ମୂଲ୍ୟ ପ୍ରତ୍ୟକ ବର୍ଷ ୧୫ ପ୍ରତିଶତରୁ ୨୦ ପ୍ରତିଶତ ବଢ଼ିଲା। ବଲିଉଡ ଖିଲାଡ଼ି ଅକ୍ଷୟ କୁମାର କେବଳ ସେତିକିରେ ଅଟକି ନାହାନ୍ତି ଲକଡାଉନ ସମୟରେ ମଧ୍ୟ ସେ ବିଭିନ୍ନ ଫିଲ୍ମରେ ଅଭିନୟ କରି ତାଙ୍କର ଫିସ୍‌ ପୁଣି ବଢ଼ାଇ ପ୍ରତ୍ୟକ ଫିଲ୍ମ ପାଇଁ ୧୦୮ ରୁ ୧୧୨ କୋଟି ଟଙ୍କା ନେଲେ।

ଅକ୍ଷୟ କୁମାର, ଫଟୋ ସୌଜନ୍ୟ:~ ଇନଷ୍ଟାଗ୍ରାମ

କିନ୍ତୁ ଅକ୍ଷୟ କୁମାରଙ୍କର ଅଧିକ ଫିସ୍‌ ପାଇଁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। ଗମମାଧ୍ୟମ ରିପୋର୍ଟ ଅନୁସାରେ କୁହାଯାଇଛିଯେ ନିକଟ ଅତୀତରେ ମୁକ୍ତଲାଭ କରିଥିବା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ବଜେଟ୍‌ କେବଳ ଅକ୍ଷୟ କୁମାରଙ୍କ ଫିସ୍‌ ପାଇଁ ବଢ଼ାଇବାକୁ ପଡ଼ିଲା। କିନ୍ତୁ ଏହି ଫିଲ୍ମକୁ ଅକ୍ଷୟ କୁମାରଙ୍କ ନାଁରେ କୌଣସି ଲାଭ ମିଳିଲା ନାହିଁ। ବଚ୍ଚନ ପାଣ୍ଡେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୫୦ କୋଟିରୁ ଅଳ୍ପ ଅଧିକ ରୋଜଗାର କରି ବହୁତ କ୍ଷତିର ସାମ୍ନା କଲା। କେବଳ ବଚ୍ଚନ ପାଣ୍ଡେ ନୁହେଁ ବରଂ ‘ବେଲ୍‌ ବଟମ୍‌’ ଓ ତାଙ୍କର ମୁକ୍ତିଲାଭ କରିଥିବା ଅନ୍ୟ ସିନେମାର ବଜେଟ ମଧ୍ୟ ଅକ୍ଷୟ କୁମାରଙ୍କର ଅତ୍ୟଧିକ ଫିସ୍‌ କାରଣରୁ  ଅଧିକ ହୋଇଛି। ଏହି କାରଣରୁ ଏବେ ଅକ୍ଷୟ କୁମାର ତାଙ୍କ ଫିସ୍‌ କମାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଅକ୍ଷୟ କୁମାର, ଫଟୋ ସୌଜନ୍ୟ:~ ସାମାଜିକ ଗଣମାଧ୍ୟମ

ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଛିଯେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ବକ୍ସ ଅଫିସରେ ଖରାପ ପ୍ରଦର୍ଶନ ଅକ୍ଷୟ କୁମାରଙ୍କୁ ବହୁତ ପ୍ରଭାବିତ କରିଛି ଓ ସେ ତାଙ୍କ ଆଗାମୀ ଫିଲ୍ମ ଗୁଡ଼ିକ ପାଇଁ ୧୦୦ କୋଟି ଟଙ୍କାରୁ କମ୍‌ ଫିସ୍‌ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଫିଲ୍ମର ବଜେଟ ସୀମିତ ରହିଛି କେବଳ ସେହି ଫିଲ୍ମ ଗୁଡ଼ିକ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ ଅକ୍ଷୟକୁମାରଙ୍କ ଅପ କମିଙ୍ଗ ଫିଲ୍ମ ‘ସେଲ୍ଫି’, ‘ସରୋରାଇ ପୋଟରୁ’ ରିମେକ ଭଳି ଫିଲ୍ମ ରହଛି ।

   Related Posts