ଶାକାହାରୀ ଶିଶୁକୁ ଆମିଷ ଖୁଆଇଦେଲେ ବେବି ସିଟର୍ : କ୍ଷତିପୂରଣ ଦାବି କଲେ ମା', ତାପରେ ହେଲା ଏମିତି

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦ : ଯେଉଁମାନେ ଶାକାହାରୀ ସେମାନେ ନିଜ ପିଲାଙ୍କୁ ମଧ୍ୟ ଆମିଷଠୁ ଦୁରେଇ ରଖନ୍ତି ଓ ଶାକାହାରୀ କରିବାକୁ ଚାହାନ୍ତି। ଥରେ ଭାବିଲେ, ଜଣେ ଶାକାହାରୀ ବ୍ୟକ୍ତିଙ୍କ ଶିଶୁକୁ ଯଦି କିଏ ଆମିଷ ଖୁଆଇଦିଏ ତାହେଲେ କଣ ହେବ। ବ୍ୟକ୍ତିଙ୍କୁ ରାଗ ଲାଗିବା ସ୍ୱାଭାବିକ। ଜଣେ ମହିଳାଙ୍କ ସହ ଏମିତି ଏକ ଘଟଣା ଘଟିଛି। ମହିଳା ଦେଖିଲେ ଯେ ତାଙ୍କ ଶିଶୁକୁ ଦାଇ ବା ବେବି ସିଟର ଆମିଷ ଖୁଆଇ ଦେଇଛନ୍ତି।

ସୋସିଆଲ ମିଡ଼ିଆ ସାଇଟ ରେଡ଼ିଟରେ ଜଣେ ମହିଳା କହିଛନ୍ତି ଯେ ସେ ବେବି ସିଟର ଭାବେ କାମ କରନ୍ତି। ତାଙ୍କୁ ଆଉ ଜଣେ ମହିଳା ନିଜ ଶିଶୁର ଦେଖରେଖ ପାଇଁ ଚାକିରୀରେ ରଖିଥିଲେ। ଦିନେ ମହିଳାଙ୍କ ଶିଶୁ ମ୍ୟାକଡୋନାଲ୍ଡର ଚିକେନ ମିଲ ଖାଇବାକୁ ଜିଦ କରିଥିଲେ। ବେବି ସିଟର ତାଙ୍କ ପାଇଁ ଚିକେନ ମିଲ ମଗାଇଦେଲେ ଓ ତାଙ୍କୁ ଖୁଆଇ ଦେଲେ। ଶିଶୁ ବି ଖୁସିରେ ଖାଉଥିଲେ। ଠିକ ସେତେବେଳେ ମହିଳା ଅଫିସରୁ ଶୀଘ୍ର ଚାଲି ଆସିଥିଲେ। ମହିଳା ଦେଖିଲେ ଯେ ବେବି ସିଟର ଶିଶୁଙ୍କୁ ଚିକେନ ନଗେଟ୍ସ ଖୁଆଉଛନ୍ତି। ଏହା ଦେଖି ସେ ରାଗିଗଲେ ଓ ମହିଳାଙ୍କୁ ଚାକିରୀରୁ ବାହାର କରିଦେଲେ। ବେବି ସିଟର କହିଲେ ଯେ ସେ ଜାଣିନଥିଲେ ଯେ ଶିଶୁ ଶାକାହାରୀ, ନଚେତ ସେ ଏଭଳି ଭୁଲ କେବେ ବି କରିନଥାନ୍ତେ।

ବେବି ସିଟର ଯେତେବେଳେ ଘରେ ପହଞ୍ଚିଲେ ମହିଳା ତାଙ୍କୁ ମେସେଜ କଲେ ଓ ୪୫ ହଜାର ଟଙ୍କା କ୍ଷତିପୂରଣ ମାଗିଥିଲେ। ସେ କହିଥିଲେ ଯେ ତାଙ୍କର ଏହି କାମ ଯୋଗୁଁ ସେ ବହୁତ ଦୁଃଖିତ ଓ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ବେବି ସିଟର ବି ରାଗିଗଲେ ଓ ମହିଳାଙ୍କୁ ଫୋନ କରି କହିଲେ, ସେ ନିଜେ କହିନଥିଲେ ଯେ ତାଙ୍କ ପରିବାର ଶାକାହାରୀ। ମହିଳା କହିଲେ ସେ କେମିତି ଭାବିଲେ ଯେ ତାଙ୍କ ପରିବାର ମାଂସାହାରୀ ହୋଇଥିବ। ଝଗଡା କରି ଦୁହେଁ ଫୋନ କାଟିଦେଲେ କିନ୍ତୁ ମହିଳା କ୍ଷତିପୂରଣ ପାଇଁ ବେବି ସିଟରଙ୍କ ପଛରେ ପଡିଗଲେ। କ୍ଷତିପୂରଣ ନଦେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଥିଲେ।

ଏହାପରେ ବେବି ସିଟର ସୋସିଆଲ ମିଡ଼ିଆରେ କହିଲେ ସେ ଏହିଭଳି ଧମକକୁ ଡରନ୍ତିନି କାରଣ ତାଙ୍କ ଘରେ ଅନେକ ଓକିଲ ଅଛନ୍ତି। କିନ୍ତୁ ସେ ମହିଳାଙ୍କୁ ଟଙ୍କା ଦେବେନି ବୋଲି ଅଡି ବସିଲେ। ସୋସିଆଲ ମିଡ଼ିଆରେ ମଧ୍ୟ ଲୋକେ ବେବି ସିଟରଙ୍କୁ ସମର୍ଥନ ଜଣାଇଲେ। ଲୋକେ କହିଲେ ସେ ତାଙ୍କୁ ଟଙ୍କା ଦେବା ଉଚିତ ନୁହେଁ ବରଂ ତାଙ୍କର ବାକି ଦରମା ପାଇବାକୁ ମହିଳାଙ୍କ ଉପରେ ଚାପ ପକାଇବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.