ଜାଲ ଭିତରେ ଛନ୍ଦି ହୋଇ ପ୍ରାଣ ବିକଳରେ ଚିତ୍କାର କରୁଥିଲା କୁନି ମାଙ୍କଡ଼, ଉଦ୍ଧାର କଲେ ସ୍ୱେଛାସେବୀ ସଙ୍ଗଠନ

Published By : Prameya-News7 Bureau | October 24, 2021 IST

ଭଦ୍ରକ, ୨୪।୧୦: ଜାଲ ଭିତରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରିଲେ ସ୍ବେଛାସେବୀ ସଙ୍ଗଠନ । ଜାଲ ମଧ୍ୟରେ  ଫସିରହି କଲବଲ ହେଉଥିବା କୁନି ମାଙ୍କଡ଼ଟିର ଜୀବନ ବଞ୍ଚାଇଲେ ଫ୍ରେଣ୍ଡ୍ସ ଗ୍ରୁପ ସ୍ବେଛାସେବୀ ସଂଗଠନ । ଘଟଣାକ୍ରମ ଅନୁଯାୟୀ, କୁନି ମାଙ୍କଡ଼ଟି ଖାଦ୍ୟ ଅନ୍ବେଷଣରେ ଆସି ଜାଲରେ ଫସି ଯାଇଥିଲା । ଆଜି ଚରମ୍ପା ବରାଳପୋଖରୀ ଗ୍ରାମର ରମେଶ ସାହୁଙ୍କ ଘର ଛାତ ଉପରେ ଏକ କୁନି ମାଙ୍କଡ ଜାଲରେ ଗୁଡେଇ ଯାଇଥିଲା । ଜାଲରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ, ଜମାରୁ ବାହାରି ପାରୁନଥିଲା ।

wp:html https://youtu.be/yLsS9JSuX8g /wp:html

ଜୀବନ ବିକଳରେ ଜାଲ ମଧ୍ୟରେ ଛଟ ପଟ ହୋଇ ଚିତ୍କାର ଛାଡୁଥିଲା କୁନି ମାଙ୍କଡ଼ । ଏହି ଖବର ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟମାନେ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କର ଅପରେସନ ଆରମ୍ଭ କରିଥିଲେ । ଜାଲଟିକୁ କାଟି କୁନି ମାଙ୍କଡ଼କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଜାଲରୁ ବାହାରିବା ପରେ କୁନି ମାଙ୍କଡ଼ଟି ଦୌଡ଼ି ବାହାରକୁ ପଳାଇଥିଲା । ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନଙ୍କର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.