ହାତୀ ଛୁଆ ଅସୁସ୍ଥ, ଘେରି ରହିଛନ୍ତି ୧୨ଟିକିଆ ହାତୀପଲ
14/11/2023 at 9:03 AM

କେନ୍ଦୁଝର ୧୪।୧୧ : କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ହୋଇଛି ଅସୁସ୍ଥ । ସଦର ରେଞ୍ଜ ମଇଦାନକେଲ୍ ସଂରକ୍ଷିତ ଜଙ୍ଗଲରେ ୧୨ ଟିକିଆ ହାତୀ ପଲ ଭିତର ଥିବା ଏକ ଛଅ ମାସର ହାତୀ ଛୁଆଟି ଅସୁସ୍ଥ ହୋଇଛି । ହାତୀଟି ଛୋଟେଇ ଛୋଟେଇ ବୁଲୁଥିବାର ଥମ୍ରାଲ୍ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି ।
ତେବେ ହାତୀ ଛୁଆଟିର ଡାହାଣ ପଟ ଆଗ ଗୋଡ଼ରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ହାତୀ ଛୁଆଟିର ଚିକିତ୍ସା ପାଇଁ ଏସିଏଫ୍ଓଙ୍କ ନେତୃତ୍ୱରେ ଡବ୍ଲୁଟିଆଇ ଏବଂ ଭେଟନାରି ବିଭାଗର ପଶୁ ବିଶେଷଜ୍ଞମାନେ ଜଗି ରହିଥିବା ଜଣାପଡିଛି । କିନ୍ତୁ ହାତୀ ପଲ ମଧ୍ୟରେ ଥିବାରୁ ଚିକିତ୍ସାରେ ବାଧା ଉପୁଜୁଥିବା କହିଛନ୍ତି କେନ୍ଦୁଝର ଡିଏଫ୍ଓ ।