ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 25, 2022 IST

ଉଦଳା, ୨୫/୦୯: ରାଜ୍ୟରେ ପୁଣି ହାତୀର ମୃତ୍ୟୁ । କପ୍ତିପଦା ବନାଞ୍ଚଳ ଅଧୀନ ନୋଟ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ । ହାତୀ ଛୁଆଟି ଜଙ୍ଗଲ ଭିତରେ କାଦୁଅରେ ପୋତି ହୋଇ ଯାଇଥିବା ବେଳେ ତାର ମୁହଁ କାଦୁଅ ଭିତରେ ପଶି ରହିଥିଲା।

କିନ୍ତୁ ହାତୀଛୁଆ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଙ୍ଗଲ ଭିତରେ ହାତୀ ଗୋଷ୍ଠୀ ମଧ୍ୟରେ ଲଢେଇ ହେଉ କିମ୍ୱା କାଦୁଅରେ ହାତୀ ଛୁଆଟି ଫଶି ଯାଇ ଆଉ ବାହାରି ନପାରି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀର ମୃତଦେହକୁ ବିଭାଗ ଜବତ କରି ବ୍ୟବଛେଦ କରାଇ ପୋତି ଦେଇଛି। ତେବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.