scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଲ୍ ପାର୍ଟିରେ ବେବି ବମ୍ପ ସହ ନଜର ଆସିଲେ ନେହା ଧୂପିଆ: ଭାଇରାଲ ହେଉଛି ଫଟୋ..

19/09/2021 at 2:50 PM

ମୁମ୍ବାଇ ୧୯/୦୯ :ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପୁଣି ଗର୍ଭବତୀ ଅଛନ୍ତି। ‍ସେ ତାଙ୍କର ଏହି ମୁହୂର୍ତ୍ତକୁ ଖୁବ୍ ଭଲ ଭାବେ ଉପଭୋଗ କରୁଛନ୍ତି। ଏନେଇ ସୋସିଆଲ୍ ମିଡିଆରେ ସେ ତାଙ୍କର ବେବି ବମ୍ପ ଦେଖେଇ ଫଟୋ ପୋଷ୍ଟ କରୁଛନ୍ତି । ବର୍ତ୍ତମାନ ସେ ପୁଲ୍ ପାର୍ଟୀକୁ ଉପଭୋଗ କରୁଥିବାର କିଛି ଫଟୋ ସେୟାର କରିଛନ୍ତି ।

ଏହି ସବୁ ଫଟୋରେ ନେହା କଳା ରଙ୍ଗର ମୋନୋକନୀ ପିନ୍ଧିଥିବା ନଜର ଆସିଛନ୍ତି। ମୁହଁରେ କଳା ଚଷମା ସାଙ୍ଗକୁ ଖୋଲା ଚୁଟିରେ ନେହା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଗର୍ଭବତୀ ଥିବାର ଚମକ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ସେ ଖୁବ୍ ଖୁସି ଦେଖାଯାଉଥିବା ବେଳେ ବହୁତ ଉତ୍ସାହିତ ଥିବା ନଜର ଆସୁଛନ୍ତି। ସେ ସୋସିଆଲ୍ ମିଡିଆରେ ସେୟାର କରିଥିବା ଏହି ଫଟୋଗୁଡିକୁ ଦେଖିଲେ ଲାଗୁଛି ଯେ ସେ ଏହି ପୁଲ୍ ପାର୍ଟୀକୁ ଭରପୂର ଉପଭୋଗ କରୁଛନ୍ତି।

ଏବେ ନେହା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ କନ୍ୟା ସନ୍ତାନର ଦେଛନ୍ତି। ତାଙ୍କ ଝିଅର ନାମ ମେହେର ରଖିଛନ୍ତି। ତେବେ ନେହା ଆଜିଯାଏ ତାଙ୍କ ଝିଅର ଚେହେରା ସର୍ବସାଧାରଣରେ ଦେଖେଇ ନାହାନ୍ତି। ବିବାହର ଖୁବ କମ ଦିନ ମଧ୍ୟରେ ନେହା ପ୍ରଥମ ଗର୍ଭବତୀ ହୋଇଥିଲେ ଓ ବେବି ବମ୍ପ ଦେଖେଇ ଫଟୋ ସେୟାର କରିଥିଲେ। ଏକ ସାକ୍ଷାତକାରରେ ଯେତେତେବେଳେ ତାଙ୍କୁ ଏନେଇ ପଚରାଯାଇଥିଲା ସେ ବିବାହ ସମୟରେ ଗର୍ଭବତୀ ଥିବା କହିଥିଲେ। ଅଙ୍ଗଦ ବେଦୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ।

   Related Posts