୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଶିଶୁ ଉଦ୍ଧାର: ମଧ୍ୟସ୍ଥି ଫେରାର,ବାପା ଅଟକ

Published By : Prameya-News7 Bureau | August 03, 2024 IST

ନିଆଳି ୩/୮: ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର । ୪ ଦିନ ପରେ ବାଲିପାଟଣା ଥାନା ଦେଉଳିଧର ପୁରରୁ ଉଦ୍ଧାର କରିଛି ନିଆଳି ପୋଲିସ । ସ୍ଥାନୀୟ ମଉକା ସାହିର ଅନୁଭୋଇ ପିଲାଟିକୁ ଅମୂଲ୍ୟ ବେହେରାଙ୍କ ପାଖେ ଛାଡି ଫେରାର ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ପିଲାଟିକୁ ଉଦ୍ଧାର ପରେ CWC କଟକକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି ପୋଲିସ । ପିଲା ବିକ୍ରିରେ ସାମିଲ ଥିବା ମଧ୍ୟସ୍ଥି ଫେରାର ଥିବାବେଳେ ବାପାକୁ ଅଟକ ରଖିଛି ପୋଲିସ । 

୪ ଦିନ ତଳେ ନିଆଳି ମୁଣ୍ଡା ସାହିର ସୁକାନ୍ତ ସିଂ ଅଢେଇ ବର୍ଷର ପୁଅକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । ଏଥିରେ ୩ ଜଣ ଦଲାଲ ମଧ୍ୟସ୍ଥି ସାଜିଥିଲେ । ଘଟଣା ଜଣାପଡିବା ପରେ କଟକ CWC ଅଧ୍ୟକ୍ଷ ଓ ନିଆଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ପିଲା ବିକ୍ରି ରାକେଟ୍‌ ସକ୍ରିୟ ଥିବା ସନ୍ଦେହ କରାଯାଉଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.