ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପୁଅର ନାଁ କଣ ରଖିଲେ ସୋନମ କପୁର? ସୋସିଆଲ ମିଡିଆ ପୋଷ୍ଟରେ ଖୋଲିଲା ବଡ ରହସ୍ୟ !

30/08/2022 at 10:46 AM

ମୁମ୍ୱାଇ ୩୦/୦୮: ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ପରିବାରରେ କୁନି ଅତିଥି ଆସିଛନ୍ତି । କିଛି ଦିନ ପୂର୍ବରୁ ସୋନମ କପୁର ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ । ନିକଟରେ ସୋନମ କପୁର ଡାକ୍ତରଖାନାରୁ ଘରକୁ ଫେରିଥିଲେ ।

ପରିବାର ଲୋକ ତାଙ୍କ ପାଇଁ ଏକ ଛୋଟ ପୂଜା ଆୟୋଜନ କରିଥିଲେ । ଏହା ଏକ ପ୍ରକାର ରୀତିନୀତି ଯାହା ଛୋଟ ପିଲାକୁ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ କରାଯାଇଥାଏ । ସମଗ୍ର ପରିବାର ଶିଶୁର ଯତ୍ନ ନେଉଥିବା ବେଳେ ସୋନମ କପୁର ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସୋନମ କପୁରଙ୍କ ଭଉଣୀ ରିୟା କପୁର, ଯିଏ ମାଉସୀ ହୋଇଥିଲେ, ସେ ନିଜ ଖୁସି ବ୍ୟକ୍ତ କରିବାରେ ନିଜକୁ ଅଟକାଇ ପାରିନଥିଲେ ।

ସୋସିଆଲ ମିଡିଆ କାହାଣୀରେ ଅନେକ ପୋଷ୍ଟ କରିଥିଲେ । ପ୍ରଶଂସକମାନେ ସୋନମ କପୁର ଏବଂ ତାଙ୍କ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇବାକୁ ଚାହାଁନ୍ତି । ସେମାନେ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ପୁଅର ନାମ କ’ଣ ? ଏହି ସମୟରେ ସୋସିଆଲ ମିଡିଆରେ ସେହି ଉପହାରଗୁଡ଼ିକର ଚିତ୍ର ଆସିଛି ଯାହାକୁ ସୋନମ କପୁର ଗ୍ରହଣ କରିଛନ୍ତି ।

କୌତୁହଳର ବିଷୟ ହେଉଛି ଏହି ଉପହାରଗୁଡ଼ିକରେ ଶିଶୁର ନାମ ଲେଖାଯାଇଛି । ତେବେ ଏଠାରେ ମଧ୍ୟ ଖୋଲାଖୋଲି ଭାବେ ନାମ ପ୍ରକାଶ କରାଯାଇ ନାହିଁ । ଉପହାରଗୁଡ଼ିକରେ ଅଧିକାଂଶ ସ୍ଥାନ ଲେଖା ହୋଇଛି – ବେବି କେ ଅହୁଜା । ଅନୁମାନ କରାଯାଉଛି ଯେ ସୋନମ କପୁର ପିଲାଙ୍କ ନାମ କେ ଅକ୍ଷର ଦେଇଛନ୍ତି । ସୂଚନା ଥାଉକି, ସୋନମ କପୁର ଅଗଷ୍ଟ ୨୦ରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ସୋନମ କପୁରଙ୍କ ପିତା ଅନିଲ କପୁର ବି ଅଜା ହେବା ଖୁସିରେ ବିଭୋଗ ହୋଇପଡିଛନ୍ତି ।

   Related Posts