ମଧ୍ୟପ୍ରଦେଶରେ ଜନ୍ମ ହୋଇଛି ୪ ଗୋଡିଆ ଶିଶୁ, ଦେଖିବାକୁ ଜମୁଛି ଲୋକଙ୍କ ଭିଡ, ଆସନ୍ତୁ ଜାଣିବା କାହିଁକି ଜନ୍ମ ହୁଅନ୍ତି ଏପରି ପିଲା

Published By : Prameya-News7 Bureau | December 16, 2022 IST

ଗ୍ୱାଲିୟର ୧୬।୧୨: ମଧ୍ୟପ୍ରଦେଶରେ ଜନୈକା ମହିଳା ଏକ ୪ ଗୋଡିଆ ଶିଶୁକୁ ଜନ୍ମ ଦେଇଛନ୍ତି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ୱାଲିୟରର କମଲା ରାଜ ହସ୍ପିଟାଲରେ ଜନ୍ମିତ ଏହି ଶିଶୁ ଏବେ ଡାକ୍ତରଙ୍କ ଏକ ଟିମ୍‌ ଯାଞ୍ଚ କରୁଛନ୍ତି। ଏଥିରେ ଶିଶୁଟିର ଅତିରିକ୍ତ ଅଙ୍ଗଗୁଡିକୁ ହଟା ଯାଇ ପାରିବକି ନା ସେ ନେଇ ଡାକ୍ତରମାନେ ତର୍ଜମା କରୁଛନ୍ତି। ଏପରି ପିଲାଙ୍କ ଜନ୍ମ ସାଧାରଣତଃ ‘ପୋଲିମେଲିୟା’ ନାମକ ସ୍ଥିତି ଯୋଗୁ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୋଲିମେଲିଆ କ’ଣ?

ପୋଲିମେଲିଆ ଏକ ବିରଳ ଜନ୍ମ ଅସମାନତା। ପ୍ରତ୍ୟେକ ୧୦ ଲକ୍ଷ ଜୀବିତ ଜନ୍ମରେ ୧ ପ୍ରତିଶତ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ। ଫଳରେ ଅତିରିକ୍ତ ଅଙ୍ଗ ସହ ଶିଶୁ ଜନ୍ମ ହୋଇଥାଏ। ଏଥିଲାଗି ଆନୁବଂଶିକ ଉତ୍ପରିବର୍ତ୍ତନ ମଧ୍ୟ କାରଣ ହୋଇଥାଏ। ଯେଉଁଥିରେ ଭୃଣ ସାଧାରଣ ଭାବେ ବିକଶିତ ହୋଇ ନଥାଏ। ଏପରି ବିଶେଷ ପରିବେଶ ପରିସ୍ଥିତିରେ ମଧ୍ୟ ହୋଇଥାଏ।

ଏପରି ପରିସ୍ଥିତିରେ ଜନ୍ମ ପିଲାଙ୍କ ଠାରେ ଅତିରିକ୍ତ ହାତ ଓ ଗୋଡ ସକ୍ରିୟ ଥାଇପାରେ। ଯେଉଁଥିରେ ଅନ୍ୟ ସ୍ୱଭାବିକ ଅଙ୍ଗଭଳି ହାଡ, ମାଂସପେଶୀ ଓ ତନ୍ତ୍ରିକା ମଧ୍ୟ ଥାଏ। ଅନ୍ୟପକ୍ଷରେ ଏଗୁଡିକ କାର୍ଯ୍ୟକ୍ଷମ ହେବା ଲାଗି ଆବଶ୍ୟକ ଶରୀର ସଂରଚନାକୁ ପ୍ରଭାବିତ ମଧ୍ୟ କରିପାରନ୍ତି। ପଲିମେଲିଆର ଚିକିତ୍ସା ପରିସ୍ଥିତିର ଜଟିଳତା ତଥା ଶିଶୁର ଅତିରିକ୍ତ ଅଙ୍ଗର ସ୍ଥିତି ଉପରେ ନିର୍ଭର କରିଥାଏ। ଏଥିରେ ଯଦି ଅତିରିକ୍ତ ଅଙ୍ଗ କ୍ରିୟାଶୀଳ ଥାଏ ଓ ପିଲାପ୍ରତି କୌଣସି ସମସ୍ୟା ସୃଷ୍ଟି କରୁ ନଥାଏ ତେବେ ତାକୁ ସେପରି ଛାଡି ଦିଆଯାଇଥାଏ।

ଅନ୍ୟ ମାମଲାରେ ଡାକ୍ତର ସେହି ଅଙ୍ଗଗୁଡିକୁ କାଢିବା ପାଇଁ ସର୍ଜରୀକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ପଲିମେଲିଆ ମାନବ ବିକାଶରେ ହେଉଥିବା ପ୍ରାକୃତିକ ଭିନ୍ନତା କାରଣରୁ ମଧ୍ୟ ହୋଇଥାଏ। ତେବେ ଏହା କୌଣସି ବିକାରଜନିତ ଅଥବା ଆନୁବଂଶିକ ଅସାଧାରଣତା ଯୋଗ ହୋଇ ନଥାଏ। ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ତାର ଓଜନ ମଧ୍ୟ ସ୍ୱଭାବିକ ରହିଛି। ତେବେ ସେ ଜନ୍ମ ସମୟରେ ୪ ଗୋଡ ସହ ଶାରୀରିକ ବିକୃତିରେ ଜନ୍ମ ହୋଇଥିଲା।

ତେବେ ପିଲାର ଯାଞ୍ଚ କରିଥିବା ଡାକ୍ତର ଟିମଙ୍କ ଅନୁସାରେ ଏହାର ବିକୃତି ଇସ୍କିୟୋପେଗସ ନାମକ ସ୍ଥିତି ଯୋଗୁ ହୋଇଛି। ଯେଉଁଥିରେ ଜାଆଁଳା ପିଲା ରୂପେ ଏକ ଅତିରିକ୍ତ ଭୃଣ ବିକଶିତ ହୋଇଥାଏ। ତେବେ ଜାଆଁଳା ଶିଶୁ ଜନ୍ମ ନ ହୋଇ ବିକଶିତ ଭୃଣ ଦେହରେ ଏକ ବା ଏକାଧିକ ଅଙ୍ଗ ରହିଯାଇଥାଏ। ଯଦି ଭୃଣ ଦୁଇ ଭାଗରେ ବିଭାଜିତ ହୋଇଯାଏ ତେବେ ଶରୀର ଦୁଇଟି ସ୍ଥାନରେ ବିକଶିତ ହୋଇଥାଏ। ଏହି ପିଲା କ୍ଷେତ୍ରରେ ଅଣ୍ଟା ତଳକୁ ଦୁଇଟି ଅତିରିକ୍ତ ଗୋଡ ସୃଷ୍ଟି ହୋଇଯାଇଛି। ତେବେ ଅତିରିକ୍ତ ଗୋଡି ଦୁଇଟି ନିଷ୍କ୍ରିୟ ରହିଛି। ଏବେ ଶିଶୁଟିର ଅନ୍ୟ କୌଣସି ବିକୃତି ଅଛି କି ନା ବୋଲି ଶିଶୁ ରୋଗ ବିଭାଗ ଡାକ୍ତରମାନେ ଯାଞ୍ଚ କରୁଛନ୍ତି।  ତେବେ ପରେ ଅତିରିକ୍ତ ଗୋଡ ଦୁଇଟିକୁ ସର୍ଜରୀ କରି ହଟା ଦିଆଯାଇପାରିବ ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.