ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବର୍ତ୍ତିଗଲା ନବଜାତକ, ଚାଲିଗଲା ମା’; ସିରିଆ ଭୂମିକମ୍ପର ଏକ ଛାତିଥରା ଦୃଶ୍ୟ, ନବଜାତ ଶିଶୁକୁ ଉଦ୍ଧାର କଲା ରେସକ୍ୟୁ ଟିମ୍

8/02/2023 at 1:54 PM

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ କେତେ ଭୟଙ୍କର, ତାହା ତୁର୍କୀ ଭୂମିକମ୍ପରୁ ଆକଳନ କରି ହେଉଛି । ଏହି ତଣ୍ଡବ ଭିତରେ ବର୍ତ୍ତି ଯାଇଛି ନବଜାତ । ମାତ୍ର ଜନ୍ମ ହେବାର କେଇ କ୍ଷଣ ମଧ୍ୟରେ ମା’ର ମମତା ହରାଇଛି । ଧ୍ବଂସକାରୀ ଭୂମିକମ୍ପରେ ଶିଶୁକୁ ଜନ୍ମ ଦେବା ପରେ ମାଟି ଚାପି ହୋଇ ଆରପାରିକୁ ଚାଲିଯାଉଛି ମା’ । ଆଉ ଦେବଦୂତ ସାଜି ପିଲାକୁ ବଞ୍ଚାଇ ଦେଇଛନ୍ତି ଉଦ୍ଧାରକାରୀ ଦଳ । ସିରିଆରେ ଭୂମିକମ୍ପ ପରେ ରେସକ୍ୟୁ ଟିମ୍ ନବଜାତକୁ ଉଦ୍ଧାର କରୁଥିବାର ଭିଡିଓ ଭାଇରାଲ୍ ହୋଇଛି ।

ସ୍ଥାନୀୟ ମିଡିଆ ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ନବଜାତ ଶିଶୁର ଭାଇରାଲ୍ ହେଉଥିବା ଭିଡିଓ ସିରିଆର ପୂର୍ବ ଦେଈର ଏଜୋର ପ୍ରାନ୍ତର । ଭୂମିକମ୍ପ ପରେ ବିସ୍ଥାପିତ ହୋଇଥିବା ଏକ ଗର୍ଭବତୀ ପ୍ରସବପୀଡ଼ା ପରେ ଶିଶୁକୁ ଜନ୍ମ ଦେଇ ମୃତ୍ୟୁ ବରଣ କରିଛନ୍ତି । ପରେ ଉଦ୍ଧାରକାରୀ ଦଳ ନବଜାତକୁ ବଞ୍ଚାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ତୁର୍କୀ ଓ ସିରିଆର ବିଧ୍ବଂସକାରୀ ଭୂମିକମ୍ପରେ ଶିଶୁଟିର ପୂରା ପରିବାର ପ୍ରାଣ ହରାଇଛନ୍ତି ।

ସୋମବାର ଦୁଇ ଦେଶରେ ପ୍ରକୃତି ତାଣ୍ଡବ ରଚଛି । ୭.୮ ତିବ୍ରତା ବିଶିଷ୍ଟ ଭୂମିକମ୍ପରେ ଛାରଖାର ହୋଇଯାଇଛି ସବୁକିଛି । ସୁଉଚ୍ଚ ଅଟ୍ଟାଳିକା ମାଟି କାମୁଡ଼ି ପଡ଼ିଛି । ୨୪ଘଣ୍ଟାରେ ତୁର୍କୀ ଓ ସିରିଆରେ ୪ଥର ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀର ନୁଦର୍ଗ ଓ ସିରିଆ ସୀମାନ୍ତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮ ହଜାର ଲୋକ ପ୍ରାଣ ହରାଇଲେଣି । ସେହିପରି ୩୫ ହଜାର ଲୋକ ଆହତ ହୋଇଛନ୍ତି । ସଂକଟପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ କାଜୁଆଲିଟି ରେଟ୍ ୨୦ ହଜାର ଛୁଇଁବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ କରିଛି ।

   Related Posts