ମାତ୍ର ୨୪ ସପ୍ତାହରେ ୪୦୦ଗ୍ରାମ୍‌ର ଶିଶୁ ଜନ୍ମ, ଡାକ୍ତର ଏମିତି ବଞ୍ଚାଇଲେ ପିଲାର ଜୀବନ

Published By : Prameya-News7 Bureau | January 06, 2023 IST

ପୁଣେ: ମହାରାଷ୍ଟ୍ରର ପୁଣେରେ ବିରଳ ଶିଶୁ ଜନ୍ମ । ୪୦ ସପ୍ତାହ ବଦଳରେ ମାତ୍ର ୨୪ ସପ୍ତାହରେ ଶିଶୁ କନ୍ୟା ଜନ୍ମ ହୋଇଛି । ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ । ମାତ୍ର ୬ ମାସରେ ୪୦୦ ଗ୍ରାମର ଶିଶୁ ଜନ୍ମ ନେଇଛି । ଶିଶୁ କନ୍ୟାର ଓଜନ ଅଧା କେଜିରୁ କମ୍ ରହିଛି । ଡାକ୍ତର କହିଛନ୍ତି, ୨୪ ସପ୍ତାହରେ ଶିଶୁ ଶରୀରର ମାତ୍ର ୦.୫ ପ୍ରତିଶତ ଅଂଶ ବିକଶିତ ହୋଇଥାଏ । ଭଗବାନଙ୍କ ଆଶୀର୍ବାଦରୁ ଶିଶୁଟି ଏବେ ସୁସ୍ଥ ରହିଛି ।

୨୦୨୧ ମାର୍ଚ୍ଚ ମାସରେ ପୁଣ ଏହି ଶିଶୁ କନ୍ୟାଟି ଜନ୍ମ ହୋଇଥିଲା । ପୁଣେର ବାସିନ୍ଦା ଉଜ୍ଜାଓ୍ବଲା ପାଓ୍ବାର ଏହି ବିରଳ ସନ୍ତାନକୁ ଜନ୍ମ ଦେଇଛନ୍ତି । ଚିଞ୍ଚାଓ୍ବାଡ଼ର ନରସିଂହୋମରେ ସମୟ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିଲା । ଏହି ସମୟରେ ଶିଶୁ କନ୍ୟାର ଓଜନ ମାତ୍ର ୪୦୦ ଗ୍ରାମ ରହିଥିଲା । ଡାକ୍ତରୀ ଟିମର ୭ମାସର ଚିକିତ୍ସା ପରେ ଶିଶୁଟିର ଓଜନ ଏବେ ୨.୧୧୩ କିଲୋଗ୍ରାମ ରହିଛି । ୯୪ ଦିନ ହସ୍ପିଟାଲରେ ରଖିବା ପରେ ଉଭୟ ମା’ ଓ ପିଲାକୁ ଡାକ୍ତର ଡିସ୍‌ଚାର୍ଜ କରିଛନ୍ତି ।

ସାଧାରଣତଃ ପିଲା ୪୦ରୁ ୩୭ ମାସରେ ଜନ୍ମ ହୋଇଥାନ୍ତି । ଏହି ସମୟ ଶିଶୁର ଓଜନ ଦୁଇରୁ ଅଢ଼େଇ କିଲୋଗ୍ରାମ ହୋଇଥାଏ । ଜନ୍ମ ସମୟରେ ଶିଶୁର ଓଜନ କମ୍ ରହିଥିଲେ ଅସୁସ୍ଥ ହୋଇଥାଏ । ବିଭିନ୍ନ ରୋଗରେ ପିଲା ଆକ୍ରାନ୍ତ ହୋଇଥାଏ । ଉଜ୍ଜାଓ୍ବଲା ପାଓ୍ବାର କ୍ଷେତ୍ରରେ ଏହା ବ୍ୟବିକ୍ରମ ଦେଖିବାକୁ ମିଳିଛି । ସମୟ ପୂର୍ବରୁ ଶିଶୁ ଜନ୍ମ ହୋଇଥିଲେ ମଧ୍ୟ ଏବେ ପିଲାଟି ସୁସ୍ଥ ରହିଛି । ଏହା ପୂର୍ବରୁ ୨୦୧୯ରେ  ଅହମ୍ମଦାବାଦରେ ଏଭଳି ମାମଲା ସାମ୍ନାକୁ ଆସିଥିଲା । ୨୨ ସପ୍ତାହରେ ଶିଶୁ ଜନ୍ମ ହୋଇଥିବା ବେଳେ ଓଜନ ମାତ୍ର ୪୯୨ ଗ୍ରାମ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.