ରାସ୍ତା କଡ଼ରୁ ମିଳିଲା ନବଜାତ କନ୍ୟାର ମୃତଦେହ

Published By : Prameya-News7 Bureau | January 20, 2023 IST

ଚଣ୍ଡିଖୋଲ ୨୦/୦୧: ରାସ୍ତା କଡ଼ରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ। ରାଜପଥ ସମ୍ପ୍ରସାରଣ ବେଳେ ଏପରି ଘଟଣା ହୋଇଛି। ଶିଶୁ କନ୍ୟାର ମୃତଦେହ ଉଦ୍ଧାର ପରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଅଭାବନୀୟ ଦୃଶ୍ୟ ଯାଜପୁର ଜିଲ୍ଲା ଚଣ୍ଡିଖୋଲ୍‌ ଛକ ୫୩ ନମ୍ୱର ଜାତୀୟ ରାଜପଥ ପାଖରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ଚଣ୍ଡିଖୋଲରୁ କଳିଙ୍ଗନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ରାସ୍ତା ପାଖରେ ମେସିନରେ ସଫା କରାଯାଉଥିଲା। ଏହି ସମୟରେ ଶିଶୁକନ୍ୟାଟି ସେଠାରେ ଦେଖିବାକୁ ମିଳିଥିଲା। ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ବଡ଼ଚଣା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି। ପରେ ଶିଶୁର ମୃତଦେହକୁ ବ୍ୟବଛେଦ କରାଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.