Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିବାଦ ଥମିଛି, ଘରୁ ଗୋଡ କାଢିଲେ ବାବୁଶାନ: ମୁମ୍ୱାଇରେ ରହିବେ ୧୦ ଦିନ

16/11/2022 at 3:38 PM

ଭୁବନେଶ୍ୱର ୧୬/୧୧: ଦୀର୍ଘ ଦିନର କଣ୍ଟ୍ରୋଭର୍ସି ରାଜ୍ୟ ବାହରକୁ ଗଲେ ଓଲିଉଡ୍ ଷ୍ଟାର ବାବୁଶାନ ମହାନ୍ତି । ତେବେ ଏଥର କିନ୍ତୁ କୌଣସି ଅଭିନେତ୍ରୀ ନୁହେଁ ବରଂ ନିଜ ପତ୍ନୀଙ୍କ ସହ ବାହାରକୁ ଯାଇଛନ୍ତି ବାବୁଶାନ । ତାଙ୍କ ସହ ଅଭିନେତା ବବି ମିଶ୍ର ବି ମୁମ୍ୱାଇ ଗସ୍ତ କରିଛନ୍ତି ।

ସୂଚନା ଥାଉକି ଫିଲ୍ମ ‘ଦମନ’ର ଡବିଂ ପାଇଁ ମୁମ୍ୱାଇ ଯାଉଛନ୍ତି ବାବୁଶାନ ଓ ପତ୍ନୀ ତୃପ୍ତି ଶତପଥୀ । ଗତ କିଛି ମାସ ତଳେ ବାବୁଶାନ୍ ପ୍ରକୃତିଙ୍କ ମଧ୍ୟରେ ସଂପର୍କ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ । ପ୍ରକୃତିଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ବାବୁଶାନଙ୍କ ପତ୍ନୀ । ରାସ୍ତାରେ ମାଡ ଖାଇଥିଲେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର । ବାବୁଶାନ-ପ୍ରକୃତି ଚେନ୍ନାଇ ଯାଉଥିବାବେଳେ ହାବୁଡରେ ପଡିଯାଇଥିଲେ ସ୍ତ୍ରୀ । ଗତ ୩ ବର୍ଷ ହେଲା ଓଲିଉଡ ଅଭିନେତା ବାବୁଶାନ୍‌ ମହାନ୍ତିଙ୍କ ସହିତ ସମ୍ପର୍କରେ ଥିବା ଅଭିଯୋଗରେ ରାଜରାସ୍ତାରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ସ୍ତ୍ରୀ ତୃପ୍ତି ଶତପଥୀ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଷ୍ଟାର ଦମ୍ପତ୍ତିଙ୍କ କଳି । ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଏମିତିକି ଥାନା କୋର୍ଟ-କଚେରୀ ବି ଦେଖିବାକୁ ପଡିଥିଲା । କିଛିଦିନ ପରେ ବାବୁଶାନ ଚେନ୍ନାଇରୁ ଘରକୁ ଫେରିଥିଲେ, ହେଲେ ଫେରିନଥିଲେ ତୃପ୍ତି । ତଥାପି ନିଜର ଭୁଲ ସୁଧାରି ତୃପ୍ତିଙ୍କୁ ଘରକୁ ଆସିବାକୁ ନିବେଦନ କରିଥିଲେ ବାବୁସାନ ।

ଆହୁରି ମଧ୍ୟ ଗତ କିଛିଦିନ ତଳେ ଦମନ ଫିଲ୍ମର ପ୍ରମୋସନ ସମୟରେ ଲଦାଖରେ ଅସୁସ୍ଥ ହୋଇପଡିଥିଲେ ଅଭିନେତା ବାବୁଶାନ । ଆଉ ଭୁବନେଶ୍ୱର ଫେରି ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଦେଖିବାକୁ ଆସିଥିଲେ ପତ୍ନୀ । ଏହାସହ ଫିଲ୍ମ ଦମନ ରିଲିଜ ସମୟରେ ବାବୁଶାନଙ୍କ ସହ ଫିଲ୍ମ ଦେଖିବାକୁ ହଲ୍ ଯାଇଥିଲେ ତୃପ୍ତି । ଏବେ ପୁଣିଥରେ ଏହି ଦମ୍ପତ୍ତି ମୁମ୍ୱାଇ ଗସ୍ତ କରିଥିବା ଜଣାପଡିଛି ।

   Related Posts