ବିବାଦ ପରେ ମୁହଁ ଖୋଲିଲେ ବାବୁଶାନ, କହିଲେ- 'ମୁଁ ଜାଣିନି ମୋ ଘରେ ଏତେ ଅସୁବିଧା ଚାଲିଛି'

Published By : Prameya-News7 Bureau | July 24, 2022 IST

ଭୁବନେଶ୍ୱର ୨୪।୦୭: ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ର ନିଜର ଆଗାମୀ ସିନେମା ଦମନ୍ ର ପ୍ରମୋସନ୍ ପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ ।

ସେ କହିଛନ୍ତି ଯେ, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଉପଭୋଗ କରୁଥିବେ । ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ । ଯେଉଁଥିରେ ପ୍ରକୃତି ମିଶ୍ର ବି ନିମନ୍ତ୍ରିତ ହୋଇଛନ୍ତି । ମୁଁ ଚେନ୍ନାଇ ଆସିଥିଲି ମୋ ପିକ୍ଚର ପ୍ରମୋସନ୍ ପାଇଁ । ତାଙ୍କ ସହ ଆଉ ଗୋଟିଏ ନୂଆ ସିନେମାର ଘୋଷଣା କରିବାକୁ । ମୁଁ ଜାଣିନଥିଲି ଯେ ମୋ ଘରେ ଏତେ ଆସୁବିଧା ଚାଲିଛି । ଏବେ ମୁଁ କହୁଛି ଯଦି ଏତେ ଅସୁବିଧା ଅଛି, ତେବେ ମୁଁ ସେ ଫିଲ୍ମ କରିବି ନାହିଁ କି ତାଙ୍କ ସାଙ୍ଗରେ ସିନେମା ବି କରିବି ନାହିଁ । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ କାମ କରିବି ନାହିଁ ।

wp:html /wp:html

ସୂଚନାଯୋଗ୍ୟ ଯେ, ଶନିବାର ଭୁବନେଶ୍ଵର ରାଜରାସ୍ତାରେ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା। ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମିଳାମିଶାକୁ ବିରୋଧ କରି ପ୍ରକୃତିଙ୍କୁ ପିଟିଥିଲେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି। ଏମିତିକି ବାବୁସାନଙ୍କୁ ପ୍ରକୃତି ବ୍ଲାକ୍ ମେଲ୍ କରୁଥିଲେ ବୋଲି ସାଂଘାତିକ ଅଭିଯୋଗ କରିଥିଲେ ପତ୍ନୀ ତୃପ୍ତି । ପ୍ରକୃତିଙ୍କୁ ଛାଡ଼ିଦେବାକୁ ବାବୁସାନଙ୍କୁ ବାରମ୍ବାର ବୁଝାଉଥିଲେ ବୋଲି ମଧ୍ୟ କହିଛନ୍ତି ତୃପ୍ତି ଶତପଥୀ ।

ସେପଟେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ କହିବା କଥା , ବାବୁଶାନ ଓ ପ୍ରକୃତି ୨ ଜଣ ଭଲ ବନ୍ଧୁ । କେବଳ ଗୋଟେ ସନ୍ଦେହକୁ ନେଇ ଏଭଳି ଘଟଣା ଘଟିଛି । ତୃପ୍ତିଙ୍କର ରହିଛି ଅଭିଯୋଗ ଲମ୍ଵା ଚିଠା। ସେ କହିଛନ୍ତି ଯେ, ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ଅଛି । ଅନେକ ଥର ବାବୁସାନ ଓ ପ୍ରକୃତିଙ୍କୁ ଏକାଠି ଥିବା ବେଳେ ଧରିଛି । ଭୁବନେଶ୍ଵର, ଗୋଆ, ବମ୍ବେରୁ ଦୁହିଁଙ୍କୁ ଧରିଛି । ବାବୁସାନଙ୍କୁ ବ୍ଲାକ୍ ମେଲ କରୁଥିଲେ ପ୍ରକୃତି । ହାତ କାଟିଦେବାକୁ ଧମକ ଦେଉଥିଲେ । ଛାତରୁ ଡେଇଁ ପଡ଼ିବେ ବୋଲି ଚେତାବନୀ ଦେଉଥିଲେ । ପ୍ରକୃତିଙ୍କୁ ଛାଡ଼ି ଦେବାକୁ ବାବୁସାନଙ୍କୁ ବାରମ୍ବାର ବୁଝାଉଥିଲି । ମୋ କଥା କିଛି ବି ଶୁଣୁନଥିଲେ ବାବୁସାନ । ବୁଝାଇବା ପରେ ବି ରାତି ହେଲେ ଘରୁ ବାହାରି ଯାଇଥିଲେ । ପରିବାର ଓ ବାବୁସାନଙ୍କ ଇମେଜ ପାଇଁ ଆଜି ଯାଏଁ ଚୁପ୍ ଥିଲି । କ୍ୟାମେରା ଆଗରେ ଏମିତି କିଛି କହିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତୀ ଶତପଥୀ ।

ଦୀର୍ଘ ଦିନ ହେବ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମିଳାମିଶାକୁ ନେଇ ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି । ଆଜିର ଘଟଣା ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଷ୍ଟାର ପରିବାର । ଆଗକୁ ଏହି ମାମଲା କେଉଁ ମୋଡ଼ ନେଉଛି ତା ଉପରେ ରହିବ ନଜର ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.