ଡିସେମ୍ବର ୧ତାରିଖରେ ପହିଲିମାନ ବିବେକଙ୍କୁ ବିବାହ କରିବେ ବବିତା ଫୋଗାଟ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ନିମନ୍ତ୍ରଣପତ୍ର

Published By : Prameya-News7 Bureau | November 21, 2019 IST

ପାନିପତ ୨୧/୧୧: ଦଙ୍ଗଲ ଗାର୍ଲ ବବିତା ଫୋଗାଟ ଡିସେମ୍ବର ୧ତାରିଖରେ ନିଜ ଭାବିସ୍ବାମୀ ବିବେକ ସୁହାଗଙ୍କୁ ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୨ତାରିଖରେ ଦିଲ୍ଲୀରେ ରିସେପ୍ସନ ଆୟୋଜିତ ହେବ। ଗତକାଲି ବବିତା ଫୋଗାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦେବାକୁ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବିବାହର ଶୁଭକାମନା ଜଣାଇଥିଲେ।

{"id":187599,"sizeSlug":"large"}

ବବିତାଙ୍କ ଭାଇ ରାହୁଲ ଫୋଗାଟ କହିଥିଲେ ଯେ ଡିସେମ୍ବର ୧ତାରିଖରେ ବିବାହ ଅନୁଷ୍ଠିତ ହେବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ କାର୍ଡ଼ ବଣ୍ଟା ଯାଉଛି  ଏବଂ କିଣାକିଣି ଚାଲିଛି। ବିବାହ ଉତ୍ସବ ଚରଖୀ ଦାଦରୀରେ ବବିତାଙ୍କ ପୈତୃକ ଗାଁ ବଲାଲୀରେ ହେବ। ଡିସେମ୍ବର ୨ତାରିଖରେ ଦିଲ୍ଲୀରେ ରିସେପ୍ସନ ରଖାଯାଇଛି। ବିବାହ ସମାରୋହରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଆମୀର ଖାନ୍,ସନ୍ନି ଦେଓଲ ସମେତ ଅନ୍ୟ ବଲିଉଡ କଳାକାର ଏବଂ ଖେଳାଳୀଙ୍କୁ ନିମନ୍ତ୍ରଣ ଦିଆଯାଇଛି। ସମୁଦାୟ ୨୧ଜଣ ବରଯାତ୍ରୀଙ୍କ ସହ ବିବେକ ବଲାଲୀ ପହଞ୍ଚିବେ ଏବଂ ବିବାହ ଆରମ୍ଭ ହେବ।

{"id":187601,"sizeSlug":"large"}

ବବିତାଙ୍କ ଭାବିସ୍ବାମୀ ବିବେକ ସୁହାଗ ଝଜ୍ଜରର ମାତମହେଲର ମୂଳ ବାସିନ୍ଦା। ସେ ୨୦୧୮ମସିହାରେ ଭାରତ କେଶରୀ ପୁରସ୍କାର ଜିତିଥିଲେ। ବବିତା ଏବଂ ବିବେକଙ୍କ ନିର୍ବନ୍ଧ ମଇ ୧୮ତାରିଖରେ ହୋଇଥିଲା।

{"id":187602,"sizeSlug":"large"}

ବବିତା ଫୋଗାଟ ହରିୟାଣା ପୋଲିସରେ ଏସଆଇ ଚାକିରୀ ଛାଡ଼ି ଅକ୍ଟୋବରରେ ହୋଇଥିବା ବିଧାନସଭା ନିର୍ବାଚନରେ ଦାଦରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ଭାଜପା ତାଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନକୁ ଆଣିଥିଲା। କିନ୍ତୁ ସେ ନିର୍ବାଚନ ହାରି ଯାଇଥିଲେ।

{"id":187603,"width":584,"height":343,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.