ଡଲାସ: ଆଜି ଟି-୨୦ ବିଶ୍ଵକପ୍ର ୧୧ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ସହ ଆୟୋଜକ ଆମେରିକା। ମ୍ୟାଚ୍ରେ ଆମେରିକା ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ପାକିସ୍ତାନ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରି ପାରିଛି। ଅଧିନାୟକ ବାବର ଆଜମ ୪୪ ରନର ଇନିଂସ ଖେଳିଥିବା ଶାଦାବ ଖାନ ୪୦ ରନ କରି ଦଳର ସମ୍ମାନ ରଖିଛନ୍ତି। ଶେଷ ଆଡ଼କୁ ଶାହୀନ ଆଫ୍ରିଦି ୨୩ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳିଛନ୍ତି। ଆମେରିକା ସାମ୍ନାରେ ୧୬୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନାଥୁସ କେଞ୍ଜିଗେ ୩୦ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଏବଂ ସୌରଭ ନେତ୍ରାଭଲକର ୨ଟି ସଫଳତା ପାଇଛନ୍ତି। ଚଳିତ ବିଶ୍ଵକପ୍ରେ ପାକିସ୍ତାନର ଏହା ପ୍ରଥମ ମ୍ୟାଚ୍ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଖେଳୁଛି ଆମେରିକା। ଆୟୋଜକ ନିଜର ପ୍ରଥମ ମୁକାବିଲାରେ ଦମଦାର ବିଜୟ ହାସଲ କରିଥିଲା।
ହିମାଚଳ ସିଏମ୍ ସୁଖୁଙ୍କୁ ମିଳିଲାନି ସିଙ୍ଗଡ଼ା, ସରକା...