scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆ କପ୍‌: ବାବର ଓ ଇଫତିକାରଙ୍କ ବିସ୍ଫୋରକ ଶତକ, ନେପାଳକୁ ପାକିସ୍ତାନର ବିଶାଳ ଟାର୍ଗେଟ୍

30/08/2023 at 6:57 PM

ମୁଲତାନ: ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟରଙ୍କ ରନ ବର୍ଷା। ଅଧିନାୟକ ବାବର ଆଜମଙ୍କ ଶତକୀୟ ଇନିଂସ ଏବଂ ଇଫତିକାର ଅହମ୍ମଦଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍ ହରାଇ ୩୪୨ ରନ କରିଛି। ପ୍ରଥମ ଥର ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ନେପାଳ ସମ୍ମୁଖରେ ୩୪୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ପାକିସ୍ତାନ। ଦଳ ତରଫରୁ ଅଧିନାୟକ ବାବର ଆଜମ ୧୫୧ ରନ ଓ ଇଫତିକାର ଅହମ୍ମଦ ୧୦୯ ରନର ଧୂଆଁଧାର ଅପରାଜିତ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୨୧୪ ରନ ଯୋଡ଼ି ପାକିସ୍ତାନକୁ ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି। ମ୍ୟାଚ୍‌ରେ ପାକିସ୍ତାନର ଏହି ଦୁଇ ବ୍ୟାଟରଙ୍କ ଆଗରେ ନେପାଳ ବୋଲର ବିବଶ ନଜର ଆସିଥିଲେ। ଏହା ପୂର୍ବରୁ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Also read- ଏସିଆ କପ୍‌ ୨୦୨୩ର ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ରାହୁଲ, ଦଳ ପ୍ରବନ୍ଧକଙ୍କୁ ଆକାଶଙ୍କ ୫ ପ୍ରଶ୍ନ

ଆରମ୍ଭରେ ନେପାଳ ବୋଲର ପ୍ରଭାବୀ ବୋଲିଂ କରି ପାକିସ୍ତାନ ବ୍ୟାଟରକୁ ବାନ୍ଧି ରଖିଥିଲେ। ୨୧ ରନ ସ୍କୋରରେ ଫକର ଜମାନ(୧୪) ଆଉଟ୍ ହୋଇଥିଲେ। ପୁଣି ଇମାମ ଉଲ ହକ୍(୫) ରନ ଆଉଟ୍ ହୋଇଥିଲେ। ଦୁଇ ଓପନରଙ୍କୁ ଶୀଘ୍ର ହରାଇବା ପରେ ପାକିସ୍ତାନର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋର ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୬ ରନ ଯୋଡ଼ି ସ୍ଥିତି ସୁଧାରିଥିଲେ। ତେବେ ରିଜଓ୍ଵାନ ୫୦ ବଲ୍‌ରୁ ୬ ଚୌକା ସହ ୪୪ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଆଘା ଅସଲମ(୫) ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୧୨୪ ରନରେ ୪ ଓ୍ଵିକେଟ୍ ହରାଇ ପୁଣି ଥରେ ବ୍ୟାକଫୁଟ୍‌କୁ ଆସିଥିବା ପାକିସ୍ତାର ଇନିଂସ ସମ୍ଭାଳିଥିଲେ ବାବର ଆଜମ ଓ ଇଫତିକାର ଅହମ୍ମଦ।

PCB

ଅର୍ଦ୍ଧଶତକ ହାସଲ କରି ବାବର ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ ଇଫତିକାର ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟର ଦ୍ରୁତ ଗତିରେ ରନ ସଂଗ୍ରହ କରି ନେପାଳ ବୋଲରଙ୍କୁ ଚାପରେ ରଖିଥିଲେ। ବିଶେଷ କରି ଇଫତିକାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଅସହାୟ ନଜର ଆସିଥିଲେ ଅନଭିଜ୍ଞ ନେପାଳ ବୋଲର। ଅନ୍ୟପଟେ ବାବର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଇଫତିକାର ଟି-୨୦ ଶୈଳୀରେ ବ୍ୟାଟିଂ କରି ନିଜର ଶତକ ପୂରା କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୨୧୪ ରନ ଯୋଡ଼ି ଦଳକୁ ବିଶାଳ ସ୍କୋର ଦେଇଥିଲେ। ବାବର ଆଜମ ଶେଷ ଓଭରରେ ଆଉଟ୍ ହୋଇଥିଲେ। ସେ ୧୩୧ ବଲ୍‌ରୁ ୧୪ ଚୌକା ଓ ୪ ଛକା ସହ ୧୫୧ ରନର ଇନିଂସ ଖେଳିଥିଲେ। ଇଫତିକାର ମାତ୍ର ୭୧ ବଲ୍‌ରୁ ୧୧ ଚୌକା ଓ ୪ ଛକା ହସ ୧୦୯ ରନରେ ଅପରାଜିତ ଥିଲେ।

   Related Posts