ପାକିସ୍ତାନ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ, ୱାର୍ଲଡ୍ କପରେ ବିଫଳ ହେବା ପରେ ନେଲେ ନିଷ୍ପତ୍ତି

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ବାବର ଆଜମ ନିଜ କ୍ରିକେଟ୍ କ୍ୟାରିୟରର ସବୁଠୁ ବଡ଼ ନିଷ୍ପତ୍ତି ନେଇ ପାକିସ୍ତାନ ଟିମର କ୍ୟାପ୍ଟେନ୍ସିରୁ ଓହରିବା ପାଇଁ ଘୋଷଣା କରିଛନ୍ତି । ସେ କ୍ରିକେଟର ସବୁ ଫର୍ମାଟରୁ ଅଧିନାୟକ ପଦରୁ ଇସ୍ତଫ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କ୍ରିକେଟ୍ ୱାର୍ଲଡ୍ କପ ୨୦୨୩ରେ ଟିମର ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ବାବର ଆଜମ ଏହି ନିଷ୍ପତ୍ତି ନେଇଛନ୍ତି ।

ଗତ କିଛି ଦିନରୁ ବାବରଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ବୁଧବାର ନିଜେ ଏହି ବଡ଼ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାବର ଏକ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଚଳିତ କ୍ରିକେଟ୍ ବିଶ୍ୱକପରେ ୯ ମ୍ୟାଚ୍ ଖେଳି ମାତ୍ର ଚାରୋଟିରେ ବିଜୟ ହୋଇଥିଲା । ପାକିସ୍ତାନ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା ଓ ସେମି ଫାଇନାଲ ପାଇଁ କ୍ୱାଲିଫାଏ କରିପାରି ନଥିଲା ।

ବାବର ଏକ୍ସରେ ଲେଖିଛନ୍ତି, 'ଆଜି, ମୁଁ ସବୁ ଫର୍ମାଟରୁ ପାକିସ୍ତାନ ଅଧିନାୟକ ପଦ ଛାଡ଼ୁଛି । ଏହା ଏକ କଠିନ ନିଷ୍ପତ୍ତି କିନ୍ତୁ ମୁଁ ଅନୁଭବ କରୁଛି ଯେ ଏପରି କରିବାର ଏହା ହିଁ ଉପଯୁକ୍ତ ସମୟ । ମୁଁ ତିନି ଫର୍ମାଟରେ ଜଣେ ଖେଳାଳି ରୂପେ ପାକିସ୍ତାନର ପ୍ରତିନିଧିତ୍ୱ କରିବା ଜାରି ରଖିବ । ମୁଁ ନିଜ ଅନୁଭବ ଓ ସମର୍ପଣ ସହ ନୂଆ ଅଧିନାୟକ ଓ ଟିମକୁ ସମର୍ଥନ କରି ଚାଲିବି । ବାବର କହିଛନ୍ତ, ମୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା'।

wp:html /wp:html

Also Read: ପାକିସ୍ତାନ ଖେଳିଳାଙ୍କ ମଧ୍ୟରେ ବିବାଦ; ଡ୍ରେସିଂ ରୁମ୍‌ରେ ବାବର-ଆଫ୍ରିଦ୍ ବାକ୍ୟ ବିନିମୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.