ବାବର ଆଜମଙ୍କ ଇଂରାଜୀ ଶୁଣି ରୋକିହେବନି ହସ : ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ପାକ୍ କ୍ୟାପ୍ଟେନ୍, ଦେଖନ୍ତୁ ଭିଡିଓ
20/08/2022 at 8:57 AM

ନୂଆଦିଲ୍ଲୀ, ୨୦|୦୮: କ୍ରିକେଟରୁ ଆରମ୍ଭ କରି ସିନେ ଜଗତଯାଏଁ ପ୍ରଶଂସକ ନିଜ ନିଜର ପସନ୍ଦଯୋଗ୍ୟ ଷ୍ଟାର୍ସଙ୍କୁ ପ୍ରଶଂସା କରିଥାନ୍ତି । ସେମାନଙ୍କୁ ପାଗଳ ଭଳି ଭଲପାଆନ୍ତି । ସୋସିଆଲ ମିଡିଆରେ ଫ୍ୟାନମାନେ ନିଜ ନିଜର ଫେଭରେଟ୍ ଷ୍ଟାରଙ୍କ ପାଇଁ ଲଢୁଥିବା ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଯଦି କୌଣସି ସିନେ ତାରକା କିମ୍ବା କ୍ରିକେଟର ଭୁଲ କରନ୍ତି ସେମାନେ ଟ୍ରୋଲ୍ର ମଧ୍ୟ ହୋଇଥାନ୍ତି । ଏପରି କିଛି ହୋଇଛି ପାକିସ୍ତାନୀ ଟିମର ଅଧିନାୟକ ବାବର ଆଜମଙ୍କ ସହ । ତାଙ୍କ ଇଂଲିଶ ଶୁଣି ନେଟିଜେନ୍ସ ମଜାକ୍ ଉଡାଇଛନ୍ତି । ଏହାସହ ଯେକେହି ବି ତାଙ୍କ ଇଂରାଜୀ ଶୁଣିବ ନିଜ ହସକୁ ଅଟକାଇପାରିବନି ।
କିଛି ଦିନ ପୂର୍ବରୁ ୟୁଜର ବାବରଙ୍କ ପେଟ ବାହାରକୁ ବାହାରି ଯାଇଥିବା ବାବଦରେ ଟ୍ୱିଟ୍ କରିଥିଲେ । ଏବେ ଇଂରାଜୀ ଭାଷାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଉଛି । ପୂର୍ବରୁ ମଧ୍ୟ ପାକିସ୍ତାନୀ କ୍ରିକେଟର ସର୍ବଦା ଇଂରାଜୀକୁ ନେଇ ସମସ୍ୟାର ସାମ୍ନା କରିଥାନ୍ତି ।
Even Sarfaraz used to speak better english than Babar Azam😂 pic.twitter.com/mvK4S701J3
— Vaibhav Ingale (@itzvri45) August 18, 2022
କଣ ଘଟଣା
ରିପୋର୍ଟ ଅନୁସାରେ, ନେଦରଲାଣ୍ଡ୍ ଗସ୍ତରେ ପହଁଚିଥିବା ବାବର ଆଜମଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ସେ ଏକ ମ୍ୟାଚ୍ ପରେ ଇଣ୍ଟରଭ୍ୟୁ ଦେଉଛନ୍ତି । ସେ ଏଥିରେ ରହିରହି ଇଂରାଜୀ କହୁଛନ୍ତି । ଖଣ୍ଡିଂ ଇରାଜୀ ଓ ବ୍ୟାକରଣଗତ ଭୁଲ ମଧ୍ୟ କହୁଛନ୍ତି । ଏପରି କିଛି ଶବ୍ଦ ବ୍ୟବହାର କରୁଛନ୍ତି ଯାହାର ଅର୍ଥ ମଧ୍ୟ ବୁଝାପଡୁନି ।
ସୂଚନାଯୋଗ୍ୟ, ଅଗଷ୍ଟ ୧୮ ତାରିଖରେ ଖେଳାଯାଇଥିବା ଏହି ମୁକାବିଲାରେ ପାକିସ୍ତାନ ନେଦରଲାଣ୍ଡକୁ ୭ ଓ୍ୱିକେଟରେ ହରାଇଥିଲା । ଏହାସହ ସିରିଜ ୨-୦ରେ ଆଗୁଆ ଜିତିନେଇଥିଲା । ମ୍ୟାଚ ପରେ ଗ୍ରାଉଣ୍ଡରେ ବାବର ସାକ୍ଷାତକାର ଦେଉଥିଲେ । ଏହି ସମୟର ଏପରି ଘଟଣା ଘଟିଥିଲା ।
Babar Azam’s cricket skills = 👌🏽
— Yash 💁🏽♂️ (@iamweiird) August 19, 2022
Babar Azam’s English = 👎🏽
ୟୁଜରମାନେ ଏପରି ଭାବେ କଲେ ବାବରଙ୍କ ଟ୍ରୋଲ୍
ଭିଡିଓ ଦେଖିବା ପରେ କେହି କେହି ୟୁଜର କହିଛନ୍ତି ଯେ, ସରଫରାଜ ଅଙମ୍ମଦ ବାବରଙ୍କଠୁ ଭଲ ଇଂରାଜୀ କହୁଥିଲେ । ବାବର ନିଜର ଏକ ଇଂରାଜୀ ଭାଷା ତିଆରି କରିଥିବା ଆଉ କେହି ୟୁଜର କହିଛନ୍ତି ।