ଆଫଗାନିସ୍ତାନ ଆଗରେ ଚାଲୁନି ବାବର ଆଜମଙ୍କ ବ୍ୟାଟ୍, କ୍ୟାରିୟରରେ ୧୬ମ ଥର ଶୂନ୍ୟରେ ଆଉଟ୍

Published By : Prameya-News7 Bureau | August 22, 2023 IST

ନୂଆଦିଲ୍ଲୀ: ପାକିସ୍ତାନର ଅଧିନାୟକ ତଥା ତାରକା ବ୍ୟାଟର ବାବର ଆଜମ ମଙ୍ଗଳବାର ଆଫଗାନିସ୍ତାନ  ବିପକ୍ଷ ପ୍ରଥମ ଦିନିକିଆରେ ବିଫଳ ହୋଇଛନ୍ତି। ସେ ୩ଟି ବଲ୍ ଖେଳି ଶୂନ୍ୟରେ ଆଉଟ୍ ହୋଇଛନ୍ତି। ସ୍ପିନର ମୁଜିବ ଉର ରେହମାନ ଦ୍ଵିତୀୟ ଓଭରର ଶେଷ ବଲ୍‌ରେ ବାବରଙ୍କୁ ନିଜ ଜାଲରେ ଫସାଇଛନ୍ତି। ବାବର ଏଲଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି। ସେ ରିଭ୍ୟୁ ନେଇଥିଲେ ହେଁ ତୃତୀୟ ଅମ୍ପାୟର ତାଙ୍କୁ ଆଉଟ୍ ଘୋଷିତ କରିଛନ୍ତି।

wp:heading {"level":4}

Also read- ବିଶ୍ୱକପ୍‌ ଖେଳସୂଚୀରେ ହେବନି ପରିବର୍ତ୍ତନ, HCAର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା BCCI

/wp:heading

ସୂଚନାଯୋଗ୍ୟ, ବାବର ଆଜମ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୧୬ ଥର ୦ରେ ଆଉଟ୍ ହୋଇଛନ୍ତି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ବାବର ଟେଷ୍ଟରେ ୭, ଦିନିକିଆରେ ୪ ଓ ଟି-୨୦ ଅନ୍ତର୍ଜାତୀୟରେ ୫ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ସେ ଦିନିକିଆରେ ପ୍ରଥମ ଥର ଆଫଗାନିସ୍ତାନ ବିପକ୍ଷରେ ଖାତା ଖୋଲି ପାରି ନାହାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ, ବାବର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶେଷ ୩ ମ୍ୟାଚ୍‌ରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି। ସେଥିରୁ ଦୁଇ ଥର ଆଫଗାନିସ୍ତାନ ବିପକ୍ଷରେ ରହିଛି। ଏହା ପୂର୍ବରୁ ସେ ଆଫଗାନିସ୍ତାନ ବିଫକ୍ଷରେ ୨୦୨୨ ସେପ୍ଟେମ୍ବର ୭ରେ ଶୂନ୍ୟରେ ଆଉଟ୍ ହୋଇଥିଲେ।

wp:embed {"url":"https://twitter.com/_FaridKhan/status/1693931913491226678?s=20","type":"rich","providerNameSlug":"twitter","responsive":true}
https://twitter.com/_FaridKhan/status/1693931913491226678?s=20
/wp:embed

ଶ୍ରୀଲଙ୍କାର ହମ୍ବନଟୋଟାରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଉଛି। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଖବର ଲେଖାଯିବା ବେଳକୁ ଆଫଗାନିସ୍ତାନ ସ୍ପିନରଙ୍କ ଉଚିତ୍ ମୁକାବିଲା କରି ନ ପାରି ୮ ଓ୍ଵିକେଟ୍ ହରାଇ ୧୬୩ ରନ କରିଛି। ଇମାମ ଉଲ ହକ୍ ସର୍ବାଧିକ ୬୧ ରନ କରିଛନ୍ତି। ଇଫତିକାର ଅହମ୍ମଦ ୩୦ ରନର ଛୋଟ ଇନିଂସ ଖେଳିଛନ୍ତି। ମୁଜିବ ଉର ରେହମାନ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ରଶିଦ ଖାନ ଓ ମହମ୍ମଦ ନବି ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.