Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତକୁ ଝଟ୍‌କା: ବିରାଟଙ୍କୁ ପଛରେ ପକାଇ ବାବର ଆଜମଙ୍କ ବିଶ୍ୱ ରେକର୍ଡ

8/09/2023 at 7:25 PM

ବିରାଟଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନ କ୍ୟାପ୍ଟେନ ବାବର ଆଜମ୍। ଭାରତୀୟ ଷ୍ଟାର୍ କ୍ରିକେଟର ବିରାଟ କୋହଲିଙ୍କ ‘ଦିନିକିଆରେ ଦ୍ରୁତତମ ୨ ହଜାର ରନ୍‌ ରେକର୍ଡ’କୁ ଭାଙ୍ଗି ତାଲିକାର ଟପ୍‌ରେ ରହିଛନ୍ତି ବାବର। ଏସିଆ କପ୍‌- ୨୦୨୩ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ସୁପର-୪ର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ ବାବର ଆଜମ। ସେ ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଥିଲେ। କିନ୍ତୁ ଫାଷ୍ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ବାବର ଆଜମ ମାତ୍ର ୩୧ଟି ଦିନିକିଆ ଖେଳି ୨୦୦୦ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି।

ଏହା ପୂର୍ବରୁ ଭାରତୀୟ ଷ୍ଟାର ବିରାଟ କୋହଲି  ୩୬ଟି ଇଂନିସ ଖେଳି ଏହି ରେକର୍ଡକୁ ହାସଲ କରିଥିଲେ। ସାଉଥ୍‌ ଆଫ୍ରିକା ଲିଜେଣ୍ଡ ଏବି ଡି ଭିଲିୟର୍ସ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ସେ ୪୧ଟି ଦିନିକିଆ ଖେଳି ୨୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇଥିଲେ। ଆସନ୍ତା ୧୦ରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଗ୍ରାଉଣ୍ଡକୁ ଓହ୍ଲାଇବେ ଦୁଇ ଷ୍ଟାର ବାବର ଆଜମ ଓ ବିରାଟ କୋହଲି। ତେବେ ଏହାପୂର୍ବରୁ ବିରାଟଙ୍କ ଠାରୁ ଅନେକ କିଛି ଶିଖିଥିବା କହିଛନ୍ତି ବାବର ଆଜମ।

ବାବର କହିଥିଲେ ଯେ- ‘ଫ୍ୟାନ୍ସଙ୍କ ଆଲୋଚନାକୁ ଆଲୋଚନାରେ ହିଁ ଛାଡିଡେବା ଉଚିତ। ମୁଁ ଏହି ପ୍ରସଙ୍ଗରେ କିଛି କହିବାକୁ ଚାହୁଁନାହିଁ।  ପ୍ରତ୍ୟେକଙ୍କ ନିଜ ନିଜର ମତ ରହିଛି। ଉଭୟଙ୍କ ମଧ୍ୟରେ ସମ୍ମାନ ରହିବା ଉଚିତ୍। ସେ(ବିରାଟ) ମୋ ଠାରୁ ବଡ଼।  ମୁଁ ସିନିୟରଙ୍କୁ ସବୁବେଳେ ସମ୍ମାନ ଦେଇଆସିଛି। ସେମାନେ କେଉଁ ଦେଶର, ସେଥିରେ ଫରକ କିଛି ନାହିଁ।’

ସେ ଆହୁରି କହିଛନ୍ତି ଯେ  ‘ମୁଁ ତାଙ୍କ ଠାରୁ ଅନେକ କିଛି ଶିଖିଛି। ମୁଁ ତାଙ୍କ ବିଷୟରେ ୨୦୧୯ ଇଣ୍ଟରଭ୍ୟୁ ମୁଁ କହିଥିଲି- ସେ ମୋତେ ବହୁତ ସାହାଯ୍ୟ କରିଛନ୍ତି। ମୁଁ ଏ ପ୍ରସଙ୍ଗରେ ଅଧିକ କିଛି କହିପାରିବିନି। କେବଳ ଭାରତ ନୁହେଁ, ସବୁ ଦେଶର ଖେଳାଳିଙ୍କ ଓ ଆମମାନଙ୍କ ମଧ୍ୟରେ ବୁଝାମଣା ବହୁତ ଭଲ।’

ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ଯେପରି ପ୍ରଭାବିତ ନକରୁ, ଫ୍ୟାନ୍ସମାନେ ଏନେଇ ଆଶାବାଦୀ ଅଛନ୍ତି। ତେବେ ଏନେଇ ଆଉ ଏକ ରିଜର୍ଭ ଡେ ରଖାଯାଇଥିବା ନେଇ ACC ଘୋଷଣା କରିଛି। ସେହିପରି ବର୍ଷା କାରଣରୁ ଖେଳ ନ ହୋଇପାରିଲେ ରିଜର୍ଭ ଡେରେ ମଧ୍ୟ ସମାନ ଟିକେଟ୍‌ ଦେଖାଇ ଏଣ୍ଟ୍ରି କରିପାରିବେ ବୋଲି ସୂଚନା ଦିଆଯାଇଛି।

   Related Posts