Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଥାନ୍ତେ ବାବର ଆଜମ ! କିନ୍ତୁ ୩ ରନ୍ ପୂର୍ବରୁ ଫେରିଲେ ପ୍ୟାଭିଲିୟନ

11/06/2022 at 12:47 PM

ନୂଆଦିଲ୍ଲୀ ୧୧/୦୬:   ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ ବାବର ଆଜମ ଲଗାତର ଭାବେ ରେକର୍ଡ ପରେ ରେକର୍ଡ ହାସଲ କରି ଚାଲିଛନ୍ତି । ସେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ରେକର୍ଡକୁ ଟାର୍ଗେଟ୍ କରୁଛନ୍ତି । ବାବର ପୁଣି ସେମିତି କିଛି କରିବାକୁ ଯାଉଥିଲେ ବି ଅଳ୍ପକେ ଅଟକି ଯାଇଛନ୍ତି । କୋହଲିଙ୍କ ରେଡର୍କ ଛୁଇଁବା ପୂର୍ବରୁ ସେ ଆଉଟ୍ ହୋଇଯାଇଥିଲେ ।

ରିପୋର୍ଟ ଅନୁସାରେ, ବାବର ଦମଦାର ଫର୍ମରେ ଅଛନ୍ତି । ସେ ଗତ ୬ଟି ଦିନିକିଆରେ ୬୧୪ ରନ୍ କରିଛନ୍ତି । ଏପରି ଭାବେ ସେ ଲଗାତର ୬ଟି ପାଳିରେ ସର୍ବାଧିକ ରନ୍ କରିବା ଖେଳାଳି ତାଲିକାରେ ତୃତୀୟ ନମ୍ବରରେ ପହଁଚିଛନ୍ତି । ଦ୍ୱିତୀୟ ନମ୍ବରରେ କୋହଲି ଅଛନ୍ତି । କୋହଲିଙ୍କଠୁ ବାବର ମାତ୍ର ୩ ରନ୍ ପଛରେ ରହି ଯାଇଛନ୍ତି ।

ଓ୍ୱାର୍ଣ୍ଣର ଓ ହେଡେନଙ୍କ ରେକର୍ଡ ଭାଙ୍ଗିଲେ

ବାବର ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଜୁନ ୧୦ରେ ଖେଳାଯାଇଥିବା ମୁକାବିଲାରେ ୯୩ ବଲରୁ ୭୭ ରନ୍ କରଥିଲେ । ଏହାପରେ ଲଗାତର ୬ ଇନିଂସରେ ସବୁଠୁ ଅଧିକ ରନ୍ କରିବା ତାଲିକାରେ ଡେବିଡ୍ ଓ୍ୱାର୍ଣ୍ଣର ଓ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ହେଡେନଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ କୋହଲିଙ୍କ ରେକର୍ଡ ଛୁଇଁବା ପୂର୍ବରୁ ସେ ଆଉଟ୍ ହୋଇଯାଇଥିଲେ ।

ତେବେ ଲଗାତର ୬ ଦିନିକିଆରେ ସବୁଠୁ ଅଧିକ ରନ୍ କରିବା ତାଲିକାରେ ଆଗରେ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ୟାଟର ରସ୍ ଟେଲର । ସେ ୬ ମ୍ୟାଚରୁ ୬୨୮ ରନ୍ କରିଥିଲେ । ବିରାଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୬୧୭ ରନ୍ କରିଛନ୍ତି ।

   Related Posts