ପୃଥିବୀର କକ୍ଷ ବଦଳିବ, ପରମାଣୁ ଆକ୍ରମଣ, ଲ୍ୟାବ ବେବି...ଡରାଉଛି ୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀ

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ବୁଲଗାରିଆର ବାବା ଭେଙ୍ଗା ୨୦୨୩ ପାଇଁ କରି ଯାଇଥିବା ଭବିଷ୍ୟତବାଣୀ ଲୋକଙ୍କୁ ଡରାଉଛି । ବାବା ଭେଙ୍ଗାଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ଦାବି ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟତବାଣୀ ସଠିକ ହୁଏ । ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ଏବଂ କୁସର୍କ ବୁଡା ଜାହାଜ ଦୁର୍ଘଟଣା ସହ ନିକଟ ଇତିହାସର ଅନେକ ଭୟାନକ ଘଟଣାର ସଠିକ୍ ଭବିଷ୍ୟତବାଣୀ କରିଥିଲେ । ଏହି ଦୃଷ୍ଟିହୀନ ଭବିଷ୍ୟତବକ୍ତା ନିଜ ନିଧନର ସଠିକ ତାରିଖ ମଧ୍ୟ କହିଥିଲେ । ଏବେ ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ ୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀ ସାମନାକୁ ଆସିଛି, ଯାହା ଲୋକଙ୍କୁ ଭୟଭୀତ କରାଉଛି ।

ବାବା ଭେଙ୍ଗା ୨୦୨୩କୁ ଏକ ଅନ୍ଧକାରମୟ ଏବଂ ବିପର୍ଯ୍ୟୟର ବର୍ଷ ଭାବେ ଭବିଷ୍ୟତବାଣୀ କରିଛନ୍ତି । ତାଙ୍କ ଭବିଷ୍ୟତବାଣୀରେ ପୃଥିବୀର କକ୍ଷରେ ପରିବର୍ତ୍ତନ ମଧ୍ୟ ସାମିଲ ରହିଛି । ଏହା ପରିମାଣୁ ଆକ୍ରମଣ କାରଣରୁ ହୋଇପାରେ । ୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀରେ କିଛି ଅଜବଧରଣର ବୈଜ୍ଞାନିକ ଆବିଷ୍କାର ମଧ୍ୟ ସାମିଲ ରହିଛି । ଏଥିରେ ଏକ ଲ୍ୟାବ ବେବିର ଜନ୍ମ କଥା ଉଲ୍ଲେଖ କରାଯାଇଛି । ଏହାଛଡା ଏହି ଦୃଷ୍ଟିହୀନ ଭବିଷ୍ୟତବକ୍ତା ୨୦୨୩ରେ ଭୟାନକ ଯୁଦ୍ଧ ଏବଂ ସୁନାମୀର ଆଶଂକା ପ୍ରକାଶ କରିଛନ୍ତି ।

ଦାବି ଅନୁସାରେ, ତାଙ୍କ ଭବିଷ୍ୟତବାଣୀରେ ମାଆ-ବାପା ଲ୍ୟାବର ଜନ୍ମ ନେଉଥିବା ପିଲାଙ୍କ ରଙ୍ଗ ଏବଂ ଅନ୍ୟ ଶାରୀରିକ ବିଶେଷତ୍ୱ ନିର୍ଦ୍ଧାରଣ କରିବାରେ ସକ୍ଷମ ରହିବେ । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ମଣିଷଙ୍କ ଦ୍ୱାରା ପିଲା ଜନ୍ମ କରିବାର ପାରମ୍ପାରିକ ପଦ୍ଧତି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ । ୧୯୯୩ରେ ବାବା ଭେଙ୍ଗା ଭବିଷ୍ୟତବାଣୀ କରି କହିଖିଲେ ଯେ, ସୋଭିଏତ ସଂଘ ଏକବିଂଶ ଶତାବ୍ଦୀର ପ୍ରଥମ ତିନି ଦଶନ୍ଧିରେ ପୁଣି ଥରେ ଠିଆ ହେବ । ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏହା ସହ ଯୋଡି ଦେଖାଯାଉଛି, କାରଣ ରୁଷ ପୁଣି ଥରେ ୟୁକ୍ରେନର ପୂର୍ବ ଭାଗକୁ କବଜା କରିବାକୁ ପ୍ରୟାସ କରୁଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.