ହାଥରସ୍ ଦଳାଚକଟା ମାମଲା; SITର ୩ଶହ ପୃଷ୍ଠା ଯାଞ୍ଚ ରିପୋର୍ଟରେ ଆୟୋଜକ କମିଟିକୁ ଟାର୍ଗେଟ୍, ବାବାଙ୍କୁ କ୍ଲିନ୍ ଚିଟ୍ !

Published By : Prameya-News7 Bureau | July 09, 2024 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ୍ ଦଳାଚକଟା ମାମଲାରେ ଏସଆଇଟି ଯାଞ୍ଚ ରିପୋର୍ଟ ପଇଠ କରିଛି । ଏସଆଇଟିର ୩ଶହ ପୃଷ୍ଠାର ରିପୋର୍ଟରେ ଜୁଲାଇ ୨ ତାରିଖରେ ହୋଇଥିବା ଘଟଣା ସମସ୍ତ ତଥ୍ୟ ରହିଛି । ଏଥିରେ ସତସଙ୍ଗ୍ ଆୟୋଜନ କରିଥିବା କମିଟିକୁ ଟାର୍ଗେଟ୍ କରାଯାଇଛି । ସେହିପରି  ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ହେଲେ ଯାଞ୍ଚରେ କେଉଁଠି ବି ଆତ୍ମଘୋଷିତ ବାବା ସାକାର ବିଶ୍ବ ହରିଙ୍କ ବିରୋଧରେ ଲେଖାଯାଇନାହିଁ । ଏସଆଇଟି ନିଜ ତଦନ୍ତ ରିପୋର୍ଟରେ ଭୋଲେ ବାବାଙ୍କୁ ଏକ ପ୍ରକାର କ୍ଲିନ୍ ଚିଟ୍ ଦେଇଦେଇଛି । 

ଏସଆଇଟି ନିଜ ୩ଶହ ପୃଷ୍ଠା ରିପୋର୍ଟରେ ୧୧୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏଥିରେ ହାଥରସ୍ ଜିଲ୍ଲାପାଳ ଆଶିଷ୍ କୁମାର, ଏସପି ନିପୁଣ ଅଗ୍ରଓ୍ବାଲଠୁ ନେଇ କରି ସତସଙ୍ଗକୁ ଅନୁମତି ଦେଇଥିବା ଏସଡିଏମ୍ ଏବଂ ସିଓ ସିକନ୍ଦରାଓ ଏବଂ ୨ ଜୁଲାଇରେ ସତସଙ୍ଗ ଡ୍ୟୁଟିରେ ଥିବା ପୋଲିସ୍ କର୍ମୀ ମାନଙ୍କର ମଧ୍ୟ ବୟାନ ସାମିଲ୍ ରହିଛି । ଏହାଛଡ଼ା ମୃତକଙ୍କ ପରିବାର ଲୋକ ଏବଂ ଆହତ ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ସୂଚନା ଅନୁଯାୟୀ, ଯାଞ୍ଚ ରିପୋର୍ଟରେ ସତସଙ୍ଗ୍ ଆୟୋଜନ କରିଥିବା କମିଟି ଦ୍ବାରା ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା ନକରିବା ଏବଂ ଏହାକୁ ଅନୁମତି ଦେଇଥିବା ଅଫିସର ଏଭଳି ଦଳାଚକଟା ପାଇଁ ଦାୟୀ  ବୋଲି କୁହାଯାଇଛି ।  

ଏସଆଇଟି ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ବାବା ସାକାର ବିଶ୍ବ ହରିଙ୍କ ଓକିଲ ଏ.ପି ସିଂହ ହାଥରସ୍ ଦଳାଚକଟାକୁ ନେଇ ଏକ ନୂଆ ଥିଓରୀ ଦେଇଛନ୍ତି । ସିଂହ ଦାବି କରିଛନ୍ତି, ସତସଙ୍ଗ ଚାଲୁଥିବା ବେଳେ ୧୦ରୁ ୧୨ଜଣ ଲୋକ ବିଷାକ୍ତଲ ସ୍ପ୍ରେ ନେଇ ଆସିଥିଲେ ଏବଂ ଅଚାନକ ଶ୍ରଦ୍ଧାଳୁଙ୍କ ଉପରକୁ ମାରିଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଯାଇଥିଲେ । ଏହା ଏକ ପୂର୍ବ ପ୍ରାୟୋଜିତ ପ୍ଲାନ୍ ବୋଲି ଆଇନଜୀବୀ ଏ.ପି ସିଂହ କହିଛନ୍ତି । ସେ ସତସଙ୍ଗରେ ଲାଗିଥିବା ସିସିଟିଭି କ୍ୟାମେରାର  ପାଇଁ ଦାବି କରିଛନ୍ତି । ଏ.ପି ସିଂହ କହିଥିଲେ ଏହା ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟା ମାମଲା । ଜୁଲାଇ ୨ ତାରିଖରେ ହାଥରସ ସତସଙ୍ଗରେ ବାବାଙ୍କ ପଦୁକା ଧୂଳି ନେବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହି ଦୁର୍ଘଟଣାରେ ୧୨୧ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.