ସ୍ବାମୀ ଆଖିରେ କଳାପଟି ବାନ୍ଧି ନବବିବାହିତା ସ୍ତ୍ରୀଙ୍କୁ ଦୁଷ୍କର୍ମ କଲା ଭଣ୍ଡବାବା : ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ୍

Published By : Prameya-News7 Bureau | September 27, 2018 IST

ସମଗ୍ର ଦେଶରେ ପାଖଣ୍ଡି ବାବାମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ହରିଆଣାର ଜିନ୍ଦି ଅଞ୍ଚଳରେ ଜଣେ ଭଣ୍ଡବାବାଙ୍କୁ ଏବେ ପୋଲିସ୍ ଖୋଜୁଛି। ଏହି ବାବା ବିରୋଧରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରହିଛି। ତେବେ ଭଣ୍ଡବାବା ଦୁଷ୍କର୍ମ ପାଇଁ ଯେଉଁ ମାଷ୍ଟରପ୍ଲାନ୍ କରିଥିଲା ତାହା ପୋଲିସକୁ ମଧ୍ୟ ଆଚମ୍ବିତ କରିଛି। ଉତ୍ତର ପ୍ରଦେଶର ମୈନପୁର ବାସିନ୍ଦା ଜନୈକ ବ୍ୟକ୍ତି ପୋଲିସରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ହରିଆଣାର ଜିନ୍ଦିରେ ଥିବା ବାଲାଜୀ ମନ୍ଦିରର ମହନ୍ତ ଅଶୋକ ଭଗତଙ୍କ ସହ ୩ବର୍ଷ ତଳେ ତାଙ୍କର ସମ୍ପର୍କ ହୋଇଥିଲା।ଏହି ବ୍ୟକ୍ତିଙ୍କ ଉପରେ ଭୂତ ପ୍ରେତ ଦୃଷ୍ଟି ରହିଛି ବୋଲି ମହନ୍ତ ବାବା ଅଶୋକ ଭଗତ କହିବା ସହ ଏଥିପାଇଁ ଉପଚାର କରିଥିଲା। ବାବାଙ୍କ କହିବା ଅନୁସାରେ ସଂପୃକ୍ତ ବ୍ୟକ୍ତି ବରାବର ବାବା ଅଶୋକ ଭଗତଙ୍କ ନିକଟକୁ ଯାଆସ କରୁଥିଲେ। ୟା ଭିତରେ ପ୍ରାୟ ବର୍ଷକ ତଳେ ଉତ୍ତରପ୍ରଦେଶ ମୈନପୁରର ଏହି ବ୍ୟକ୍ତିଙ୍କ ବିବାହ ହୋଇଥିଲା। ଗତ କିଛିଦିନ ହେଲା ତାଙ୍କ ନବବିବାହିତ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଠିକ୍ ରହୁନଥିଲା। ଗତ ଜୁନ୍ ମାସରେ ବାବାଙ୍କ ପରାମର୍ଶ ପାଇଁ ସେ ସ୍ତ୍ରୀଙ୍କୁ ନେଇ ଜିନ୍ଦି ବାଲାଜୀ ମନ୍ଦିରକୁ ଯାଇଥିଲେ। ସେଠାରେ ବାବା ଏହି ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଭୂତ ପ୍ରେତ କବଳରେ ପଡ଼ିଥିବା କହିଥିଲେ। ଉପଚାର ପାଇଁ ରାଜସ୍ଥାନର ମେହେନ୍ଦୀପୁରଠାରେ ଥିବା ବାଲାଜୀ ମନ୍ଦିରରେ ପହଞ୍ଚିବା ପାଇଁ କହିଥିଲେ। ଉତ୍ତରପ୍ରଦେଶର ଏହି ଦମ୍ପତି ଅନ୍ୟ ପ୍ରାୟ ୩୦ଜଣ ଶ୍ରଦ୍ଧାଳୁଙ୍କ ସହ ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହନ୍ତ ଅଶୋକ ଭଗତ ଗୋଟିଏ ପ୍ରକୋଷ୍ଠରେ ବସି ଜଣେ ଜଣେ ଲୋକଙ୍କୁ ଭିତରକୁ ଡାକୁଥିଲେ ଓ ସେମାନଙ୍କ ବିଭିନ୍ନ ସମସ୍ୟାର ଉପଚାର କରୁଥିଲେ। ଉତ୍ତର ପ୍ରଦେଶର ଏହି ବ୍ୟକ୍ତିଙ୍କ ପାଳି ଯେତେବେଳେ ପଡ଼ିଥିଲା ସେ ସପତ୍ନୀକ ବାବାଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ବାବା ଉଭୟ ପତିପତ୍ନୀଙ୍କୁ କହିଥିଲେ ଯେ, ତାଙ୍କ ସମ୍ମୁଖରେ ଯଦି ସେମାନେ ଆଖିରେ କଳାକନା ବାନ୍ଧି ସମ୍ଭୋଗ କରନ୍ତି ତାହେଲେ ଭୂତପ୍ରେତଙ୍କ ନଜର ହଟିଯିବ ଏବଂ ସେମାନେ ଆରୋଗ୍ୟ ଲାଭ କରିବେ। ବାବାଙ୍କ କଥାରେ ସହମତି ହୋଇ ଉଭୟ ପତି-ପତ୍ନୀ ଆଖିରେ କଳାକନା ବାନ୍ଧି ବିବସ୍ତ୍ର ହୋଇଥିଲେ। ପତି-ପତ୍ନୀ ସମ୍ଭୋଗ କରୁଥିବାବେଳେ ବାବା ବିଭିନ୍ନ ଭଙ୍ଗୀରେ ସମ୍ଭୋଗ ପାଇଁ ପରାମର୍ଶ ଦେଇଚାଲିଥିଲେ। କିଛି ସମୟ ପରେ ଆଖିରେ ପଟି ବାନ୍ଧିଥିବା ପତିଙ୍କୁ ଅନ୍ୟ ଏକ କାମରେ ନିୟୋଜିତ କରି ନିଜେ ବାବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଏହି ମହିଳା ବୁଝିପାରିନଥିଲେ ଯେ, ଭଣ୍ଡବାବା ତାଙ୍କ ସହ ଦୁଷ୍କର୍ମ କରୁଛି ବୋଲି। ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ଆଖିରୁ କଳାପଟି ଖୋଲି ଭଣ୍ଡବାବାଙ୍କୁ ଦେଖି ଚିତ୍କାର କରିଥିଲେ। ମହିଳାଙ୍କ ସ୍ବାମୀ ମଧ୍ୟ ଆଖିରୁ କଳାପଟି ଖୋଲି ସମସ୍ତ ଘଟଣା ଦେଖିଥିଲେ। ଭଣ୍ଡବାବାଙ୍କ ସହ ସେହିଠାରେ ଉଭୟ ପତିପତ୍ନୀଙ୍କ ପ୍ରଚଣ୍ଡ ଝଗଡ଼ା ହୋଇଥିଲା। ତେବେ ଭଣ୍ଡବାବାର କିଛି ସମର୍ଥକ ପତିପତ୍ନୀଙ୍କୁ ଡରା ଧମକା କରି ମନ୍ଦିରରୁ ବାହାର କରିଦେଇଥିଲେ। ଫଳରେ ପିଡ଼ୀତା ଏବଂ ତାଙ୍କ ସ୍ବାମୀ ରାଜସ୍ଥାନର ଟୋଡ଼ାଭୀମ ପୋଲିସ୍ ଥାନାରେ ଅଶୋକ ଭଗତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଥାନାକୁ ମାମଲା ଯିବା ଜାଣିବାପରେ ଭଣ୍ଡବାବା ହରିଆଣାର ଜିନ୍ଦିକୁ ଫେରିଆସିବା ସହ ନିଜ ପରିବାରକୁ ନେଇ ଫେରାର ହୋଇଯାଇଛି। ରାଜସ୍ଥାନର ୩ଟି ପୋଲିସ୍ ଦଳ ଏବେ ଜିନ୍ଦିରେ ଡେରା ପକାଇ ଭଣ୍ଡବାବାଙ୍କୁ ଖୋଜୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.