ନିବେଶକଙ୍କ ପାଇଁ ବଡ ଖବର, ୫ଟି କମ୍ପାନିର ଆଇପିଓ ଜାରି କରିବେ ରାମଦେବ, ସେୟାର ବଜାରରେ ହେବ ଲିଷ୍ଟିଂ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପାଞ୍ଚଟି କମ୍ପାନିର ଆଇପିଓ ଲଞ୍ଚ ହେବାକୁ ଯାଉଛି । ଏହା ଜରିଆରେ କମ୍ପାନି ସେୟାର ବଜାରରେ ସୂଚୀବଦ୍ଧ ହେବ। ଜୀ ବିଜନେସକୁ ଏକ ସାକ୍ଷାତକାର ଦେଇ ଯୋଗଗୁରୁ ରାମଦେବ ଏହି ସୂଚନା ଦେଇଛନ୍ତି । ଯେଉଁ କମ୍ପାନି ଗୁଡିକର ଆଇପିଓ ଜାରି କରାଯିବ ସେଥିରେ, ପତଞ୍ଜଳି ଆୟୁର୍ବେଦ, ପତଞ୍ଜଳି ୱେଲନେସ ଏବଂ ପତଞ୍ଜଳି ମେଡିସିନ ସହ ପତଞ୍ଜଳି ପାଇଫଷ୍ଟାଇଲ ସାମିଲ ରହିଛି। ଏହି କମ୍ପାନି ଗୁଡିକ ଆସନ୍ତା ୫ ବର୍ଷ ମଧ୍ୟରେ ସେୟାର ବଜାରରେ ସୂଚୀବଦ୍ଧ ହେବେ।

ଉଲ୍ଲେଖଯୋଗ୍ୟ ଯେ, ରାମଦେବଙ୍କ ନେତୃତ୍ୱାଧୀନ ପତଞ୍ଜଳି ଆୟୁର୍ବେଦ ୨୦୧୯ରେ ରୁଚି ସୋୟାକୁ ଏକ ସମାଧାନ ପ୍ରକ୍ରିୟାରେ ୪,୩୫୦ କୋଟି ଟଙ୍କାରେ କିଣିଥିଲା । ଏହି କମ୍ପାନି ପୂର୍ବରୁ ସେୟାର ବଜାରରେ ସୂଚୀବଦ୍ଧ ରହିଛି। ଚଳିତ ବର୍ଷ ଏହାର ନାଁ ପରିବର୍ତ୍ତନ କରି ପତଞ୍ଜଳି ଫୁଡ୍ସ କରାଯାଇଛି।

ପତଞ୍ଜଳି ଫୁଡ୍ସର ଷ୍ଟକ ସେୟାର ବଜାରରେ ଭଲ ପ୍ରଦର୍ଶନ କରୁଛି। ଏହି କାରଣରୁ ଏହାର ମୂଲ୍ୟ ୫୨ ସପ୍ତାହର ସବୁଠୁ ଉପରେ ରହିଛି । ସପ୍ତାହର ଶେଷ କାରବାର ଦିନରେ ଏହାର ସେୟାର ମୂଲ୍ୟ ୧୩୮୦.୩୫ ଟଙ୍କା ରହିଥିଲା। କାରବାର ସମୟରେ ଷ୍ଟକର ମୂଲ୍ୟ ୧୪୦୦ ଉପରେ ମଧ୍ୟ ପହଞ୍ଚିଥିଲା। ଏହାର ବାଜର ପୁଞ୍ଜି ୫୦ ହଜାର କୋଟି ଟଙ୍କା ଅତିକ୍ରମ କରିଥିଲା।  ବଜାର ବିଶେଷଜ୍ଞଙ୍କ ଅନୁସାରେ ଏହାର ସେୟାର ମୂଲ୍ୟ ୧୭୨୫ ଯାଏଁ ଯାଇପାରେ। ବର୍ତ୍ତମାନଠାରୁ ନିବେଶକଙ୍କୁ ୩୦୦ ଟଙ୍କାରୁ ଅଧିକ ଲାଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.