ନୂଆଦିଲ୍ଲୀ ୨୧/୦୮ : ଦୁଷ୍କର୍ମ ଅଭିଯୁକ୍ତ ପଳାତକ ସ୍ୱୟମ୍ବୁ ବାବା ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଏହି ଦ୍ୱିତୀୟ ଭିଡିଓ ଜାରି କରାଯାଇଛି । ଏଥିରେ ସେ ଦାବି କରିଛନ୍ତି ଯେ ତାଙ୍କ ଦେଶ କୈଳାସରେ ଯିଏ ରହିବ ସେମାନଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ଏବଂ ଖାଦ୍ୟ ଦିଆଯିବ। ତାଙ୍କ ଦେଶ କୈଳାସରେ ସମସ୍ତେ ମାଗଣା ଖାଦ୍ୟ ପାଇବେ ବୋଲି ନିତ୍ୟାନନ୍ଦ ଘୋଷଣା କରିଛନ୍ତି। ନିତ୍ୟାନନ୍ଦ କହିଛନ୍ତି ଯେ ସରକାର ମାଗଣାରେ ଖାଦ୍ୟ ଯୋଗାଇବା ଉଚିତ, ତେଣୁ ଆମେ ମଧ୍ୟ ସମାନ ପଦ୍ଧତି ଅନୁସରଣ କରିବୁ। ଏଥିସହ ଗୁରୁଙ୍କୁ ଶିକ୍ଷା ବଦଳରେ ତାଙ୍କ ଶିଷ୍ୟମାନଙ୍କଠାରୁ ଟଙ୍କା ନେବା ଉଚିତ୍ ନୁହେଁ। ଆମେ ଏହି ପରମ୍ପରାକୁ ପୁନଃ ସ୍ଥାପନ କରିବୁ ବୋଲି ସେ କହିଛନ୍ତି |
{"id":317908,"width":564,"height":375,"sizeSlug":"large"}ମିଡ଼ିଆ ରିପୋର୍ଟ ଅନୁସାରେ, ନିତ୍ୟାନନ୍ଦ କହିଛନ୍ତି ଯେ, ପିଲାମାନେ ଯେତେବେଳେ ଶିକ୍ଷା ଗ୍ରହଣ ଆରମ୍ଭ କରନ୍ତି ସେତେବେଳେ ସେମାନେ ବ୍ରହ୍ମଚର୍ଯ୍ୟା ଜୀବନ ଆରମ୍ଭ କରନ୍ତି | ସେଥିପାଇଁ ପିଲାମାନଙ୍କ ଖାଇବା, ରହିବା ବ୍ୟବସ୍ଥା ସମାଜ କରିବା ଉଚିତ | ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଭୋଜନ ଏବଂ ଅନ୍ୟ ବ୍ୟବସ୍ଥା ଗୁରୁଙ୍କୁ କରିବା ଉଚିତ |
{"id":317911,"sizeSlug":"large"}ଏହା ପୂର୍ବରୁ ନିତ୍ୟାନନ୍ଦ ଆଉ ଏକ ଘୋଷଣା କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ | ସେ କହିଥିଲେ ଯେ ସେ ନିଜ ଦେଶ କୈଳାସରେ ରିଜର୍ଭ ବ୍ୟାଙ୍କ ସ୍ଥାପନା କରିବେ | ଏଥିପାଇଁ ସ୍ୱତନ୍ତ୍ର ମୁଦ୍ରାକୁ ବ୍ୟବସ୍ଥା କରିବା ବ୍ୟତୀତ ଏହା ଅନ୍ୟ ସ୍ଥାନରେ ଯେଭଳି ବୈଧ ହେବ, ସେଥିପାଇଁ ବିଭିନ୍ନ ଦେଶ ସହିତ କିଛି ଚୁକ୍ତିନାମା ମଧ୍ୟ କରିଛନ୍ତି |
{"id":317909,"sizeSlug":"large"}ଅଗଷ୍ଟ ୨୨ ତାରିଖ, ଗଣେଶ ଚତୁର୍ଥୀ ଅବସରରେ ନିତ୍ୟାନନ୍ଦଙ୍କ ରିଜର୍ଭ ବ୍ୟାଙ୍କ ଅଫ କୈଳାସ ସ୍ଥାପିତ କରିବା ସହ ସେହି ଦିନ ନୂଆ ମୁଦ୍ରା ଚଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି | ଏ ସମ୍ବନ୍ଧୀୟ ସମସ୍ତ ବିଧି ବିଧାନ ପୁରା ହୋଇସାରିଛି |
{"id":317910,"width":552,"height":391,"sizeSlug":"large"}ନିତ୍ୟାନନ୍ଦ ନିଜ ୱେବସାଇଟ ଜରିଆରେ ଇକ୍ୟୁଏଡରରୁ ଏକ ଛୋଟ ଦ୍ୱୀପ କିଣିବା ସହ ଏହାକୁ କୈଳାସ ନାଁ ଦେଇଛନ୍ତି |ଏଥିପାଇଁ ଅଲଗା ପାସପୋର୍ଟ, ଜାତୀୟ ପତାକା ଏବଂ ରାଷ୍ଟ୍ରୀୟ ଚିହ୍ନ ମଧ୍ୟ ଡିଜାଇନ କରିଥିବା ସୂଚନା ଦେଇଛନ୍ତି | ସେହିଭଳି ଦେଶରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ବ୍ୟବସ୍ଥା ଲାଗୁ କରି ଶାସନ କରାଯିବ ବୋଲି ସେ କହିଛନ୍ତି |