ସମାଜସେବୀ ବାବା ଆମତେଙ୍କ ନାତୁଣୀ ଡାକ୍ତର ଶୀତଲ ଆମତେଙ୍କ ଆତ୍ମହତ୍ୟା
30/11/2020 at 3:10 PM

ମୁମ୍ବାଇ ୩୦/୧୧: ବାବା ଆମତେଙ୍କ ନାତୁଣୀ ଏବଂ ଆନନ୍ଦବନର ମହାରୋଗୀ ସେବା ସମେତର ସିଇଓ ଡାକ୍ତର ଶୀତଲ ଆମତେ ଆତ୍ମହତ୍ୟା କରିଛନ୍ତି। ଏବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। କିନ୍ତୁ କେତେକ ଲୋକଙ୍କ କହିବା ଅନୁସାରେ ପାରିବାରିକ ବିବାଦ ଯୋଗୁଁ ଶୀତଲ ଆମତେ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

ଓ୍ବରୋରାର ଉପଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଅଣାଯିବା ପରେ ଡାକ୍ତର ଶୀତଲ ଆମତେଙ୍କୁ ମୃତ ଘୋଷିତ କରି ଦେଇଛନ୍ତି। ଶୀତଲ ବିଷାକ୍ତ ଇଞେକ୍ସନ ଲଗାଇ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଶୀତଲ ଆମତେଙ୍କୁ ୨୦୧୬ମସିହା ଜାନୁୟାରୀରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର ୨୦୧୬’ ଭାବେ ମନୋନୀତ କରାଯାଇଥିଲା।

Related Posts
ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ, ୧୭ ମୃତ
3 February 2023