ବାବା ଆଖଣ୍ଡଳମଣିଙ୍କ ପବିତ୍ର ଝୁଲଣ ଯାତ୍ରା, କୋଭିଡ୍ କଟକଣାରେ ସମ୍ପନ୍ନ ହେଲା ନୀତିକାନ୍ତି

Published By : Prameya-News7 Bureau | August 22, 2021 IST

ଚାନ୍ଦବାଲି,୨୨/୦୮:  ଆରମ୍ଭ ହୋଇଛି ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ଝୁଲଣ ଯାତ୍ରା ।  ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଏକାଦଶୀ ତିଥି ଠାରୁ ୫ଦିନ ପର୍ଯ୍ୟନ୍ତ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଝୁଲଣଯାତ୍ରା ଆରମ୍ଭ ହୋଇଛି।

ମନ୍ଦିରର ରୀତିନୀତି ଅନୁଯାୟୀ ମଣିବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀ ଓ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଏହାପରେ  ମନ୍ଦିର ବେଢା ପରିକ୍ରମା କରାଯିବା ପରେ ଭିତରବେଢା ଯଜ୍ଞମଣ୍ଡପରେ ଝୁଲଣ ବେଦୀକୁ ବିଜେ କରାଯାଇଥିଲା। ପରେ କୋଭିଡ ନିୟମ ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମହାସ୍ନାନ, ପଞ୍ଚଉପଚାର ପୂଜା, ଦ୍ବାରପାଳପୂଜା, ଘଟସ୍ଥାପନ ଆଦି ସମସ୍ତ ସମ୍ପାଦନ କରାଯାଇଥିଲା । ନୀତିକାନ୍ତି ସରିବା ପରେ ଝୁଲଣ ବିମାନରେ ହରଗୌରୀ ଓ ରାଧାକୃଷ୍ଣଙ୍କୁ ବିଜେ କରାଯାଇଥିଲା।

ଏହି ସମସ୍ତ ନୀତି ରବିବାର ପ୍ରଯ୍ଯନ୍ତ ଅନୁଷ୍ଠିତ ହେବ । ସୋମବାର ହରଗୌରୀ ପୁର୍ନବାର ମନ୍ଦିର ଗର୍ଭଗୃହକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେବାୟତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.