କେତେ ଉପକାରୀ ବାସି ରୁଟି ? ଜାଣନ୍ତୁ କେଉଁ ରୋଗରୁ ମିଳିବ ଉପଶମ…

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ ୧୫।୧୧: କୁହାଯାଏ ଯେ ବାସି ଖାଦ୍ୟ ଶରୀର ପାଇଁ କ୍ଷତିକାରକ । ଖାଦ୍ୟ ରନ୍ଧା ହେବାର ୧୨ ଘଣ୍ଟା ପରେ ଏହାକୁ ଖାଇବା ଉଚିତ୍ ନୁହେଁ । ଯଦି ଏପରି କରାଯାଏ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ପକାଇଥାଏ କୂପ୍ରଭାବ । କିନ୍ତୁ ଜାଣିଛନ୍ତି କି ବାସି ରୁଟି ଖାଇବା ଶରୀର ପାଇଁ ବେଶ୍ ଉପକାରୀ । ଏମିତିକି ଡାକ୍ତର ମଧ୍ୟ କହିଥାନ୍ତି ବାସି ରୁଟି ଖାଇବା ପାଇଁ । ଆସନ୍ତୁ ଜାଣିବା ବାସି ରୁଟି କେଉଁ କାରଣରୁ ଉପକାରୀ…

{"id":869906,"sizeSlug":"full","linkDestination":"none"}

ପ୍ରତିଦିନ ବାସି ରୁଟି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଜୁବୁତ ହୋଇଥାଏ । ଅର୍ଥାତ୍ ଏହା ଖାଦ୍ୟକୁ ଭଲଭାବେ ହଜମ କରିବାରେ ସାହାଯ୍ୟ କରିଥାଏ । ଖାସ୍‌ କରି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ଉପକାରୀ । ଏହା ଶରୀରରେ ବ୍ଲଡ ଓ ସୁଗାର ନିୟନ୍ତ୍ରଣରେ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ହୀତକାରି । ବାସି ରୁଟି ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

{"id":869907,"width":841,"height":568,"sizeSlug":"full","linkDestination":"none"}

 ତେବେ ବାସିରୁଟିରେ ଲୁଟି ରହିଛି ଅନେକ ପୌଷ୍ଟିକ ତତ୍ତ୍ୱ । ଏହାକୁ ପ୍ରତିଦିନ ଖାଇବା ଉଚିତ୍ । ଏହା ଶରୀରରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଏଟିଂ କରୁଥିବା ଲେକଙ୍କ ପାଇଁ ମଧ୍ୟ ବାସିରୁଟି ଖୁବ୍‌ ଲାଭଦାୟକ ।  କାରଣ ବାସି ରୁଟିରେ କମ୍ କ୍ୟାଲେରୀ ଥାଏ ଯାହା ଅତିରିକ୍ତ ଓଜନ ହ୍ରାସ ଓ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

You Can Read:

wp:embed {"url":"https://www.prameyanews7.com/tejpatta-controls-blood-sugar-level/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tejpatta-controls-blood-sugar-level/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.