କମିଲା ବାଗୀ-୩ର ବକ୍ସ ଅଫିସ୍ କଲେକ୍ସନ, ଦୁଇ ଦିନରେ ୩୩ କୋଟିର ବିଜନେସ୍

Published By : Prameya-News7 Bureau | March 08, 2020 IST

ମୁମ୍ବାଇ, ୦୮|୦୩:  ବଲିଉଡ୍ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର ବାଗୀ-୩ ରିଲିଜ ହୋଇସାରିଛି। ଫିଲ୍ମର ନିର୍ଦ୍ଦେଶନା ଅହମ୍ମଦ ଖାନ ଦେଇଛନ୍ତି। ଫିଲ୍ମର ଟ୍ରେଲର ଅଧିକ ଚର୍ଚ୍ଚାରେ ରହିଥିଲା କିନ୍ତୁ ସେହି ହିସାବରେ ବକ୍ସ ଅଫିସରେ କଲେକ୍ସନ ହୋଇନାହିଁ। ପ୍ରଥମ ଦିନରେ ବକ୍ସ ଅଫିସ କଲେକ୍ସନକୁ ନେଇ ଯେଉଁ ଅନୁମାନ ଲଗାଯାଇଥିଲା, ସେ ଅନୁସାରେ ଭଲ ବିଜନେସ ହୋଇନାହିଁ।  ସେହିପରି ଦ୍ୱିତୀୟ ଦିନରେ ଏହା ଅପେକ୍ଷାକୃତ କମ ଆୟ କରିଛି।

ଟ୍ରେଡ୍ ଆନାଲିଷ୍ଟ ତରୁଣ ଆଦର୍ଶଙ୍କ କହିବାନୁସାରେ, ଫିଲ୍ନର ଆୟ ଦ୍ୱିତୀୟ ଦିନରେ କମ ହୋଇଯାଇଛି। ତେବେ ରବିବାର ଓ ହୋଲି ଦିନ ଅଧିକ ଆୟ ହୋଇପାରେ। ବାଗୀ-୩ ଦ୍ୱିତୀୟ ଦିନରେ ୧୬.୩ କୋଟି ଆୟ କରିଥିବା ବେଳେ ଓପନିଂ ଡେରେ ୧୭.୫୦ କୋଟି ଆୟ କରିଥିଲା। ଦୁଇଦିନରେ ମୋଟ ୩୩.୫୩ କୋଟି ଆୟ ହୋଇଛି। ସିଙ୍ଗିଲ୍ ସ୍କ୍ରିନରେ ଫିଲ୍ମ ଭଲ ଆୟ କରିଥିବା ବେଳେ ମଲ୍ଟିପ୍ଲେକ୍ସରେ ସେତେଟା ଭଲ କରିନାହିଁ।

{"id":235024,"width":758,"height":515,"sizeSlug":"large"}

ଅନୁମାନ ଅନୁସାରେ ପ୍ରଥମ ଦିନ ଫିଲ୍ମ ଭଲ ଆୟ କରିନଥିଲେ ମଧ୍ୟ ଏହା ୨୦୨୦ରେ ବକ୍ସ ଅଫିସରେ ଓପନିଂ ଡେରେ ସବୁଠାରୁ ଅଧିକ ବିଜନେସ କରିଥିବା ଚଳଚ୍ଚିତ୍ର ହୋଇଛି। ପ୍ରଥମ ଦିନରେ ଏହା ୨୫-୩୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେହିପରି ସଫଳତା ମିଳିନଥିଲା। କରୋନା ଭାଇରସର ପ୍ରଭାବ ଏହା ଉପରେ ପଡିଥିବା ମଧ୍ୟ କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.