ବଂଶଧାରା ନଦୀରେ ବୁଡ଼ିଗଲେ ବିଟେକ୍‌ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | November 12, 2022 IST

ଗଜପତି, ୧୨/୧୧: ବଂଶଧାରା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଶୌଚ ପାଇଁ ଯାଇଥିବା ବେଳେ ପାଦଖସି ନଦୀରେ ପଡ଼ି ଯାଇଥିବା କୁହାଯାଉଛି । ନିଖୋଜ ଛାତ୍ର ଜଣକ କାଶୀନଗର ୧୦ ନମ୍ବର ଓ୍ବାର୍ଡର ବି ଭାସ୍କରଙ୍କ ପୁଅ ଆକାଶ ବୋଲି ସୂଚନା ମିଳିଛି । ପ୍ରଥମେ ସ୍ଥାନୀୟ ବାସିନ୍ଦା ଓ କେନ୍ଦ୍ରୀୟ ଜଳ ଆୟୋଗର କର୍ମଚାରୀମାନେ ଆକାଶଙ୍କୁ ଖୋଜାଖୋଜି କରିଥିଲେ । ପରେ ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଆକାଶ ସେଞ୍ଚୁରୀଆନ ୟୁନଭରସିଟିର ବିଟେକ ପ୍ରଥମ ବର୍ଷର ଛାତ୍ର ଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.