୨ ବ୍ରାଉନ ସୁଗାର ବେପାରୀଙ୍କୁ କୋର୍ଟ ଚାଲାଣ, ସୋମବାର ବାନ୍ଧିଥିଲା ପୋଲିସ

Published By : Prameya-News7 Bureau | November 16, 2021 IST

ବାଲିପାଟଣା, ୧୬|୧୧:   ସୋମବାର ଗିରଫ ହୋଇଥିବା ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ବାଲିଅନ୍ତା ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ଵର କେଦାରପଲ୍ଲୀ ଅଞ୍ଚଳର ଅନିଲ କୁମାର ନାୟକ ଏବଂ ଜଳେଶ୍ଵର ଥାନା ରାଜପୁର ଅଞ୍ଚଳର ସେଖ ସମସୁଦ୍ଧିନ୍ । ଏମାନଙ୍କ ନିକଟରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିଲା । ଏହା ସହ ଏକ କାର, ବାଇକ୍, ୨ଟି  ମୋବାଇଲ୍‌ ଓ ୨ ହଜାର ଟଙ୍କା ଜବତ କରାଯାଇଥିଲା ।

ସୂଚନାନୁସାରେ, ସୋମବାର ଦିନ ପାହାଳ ଅଞ୍ଚଳରେ ବ୍ରାଉନସୁରାର କାରବାର ହେଉଥିବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ପାହାଳ କେନାଲ ରାସ୍ତାରେ କ୍ୱିକ୍ ଆକ୍ସନ ଟିମ୍ ଏବଂ ବାଲିଅନ୍ତା ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ସେଖ୍ ସମସୁଦ୍ଧିନକୁ କାବୁ କରିଥିଲେ । ସମସୁଦ୍ଧିନ ନିକଟରୁ ପ୍ରାୟ ୨୦୦ ଗ୍ରାମ୍ ଓଜନର ବ୍ରାଭନ୍ ସୁଗାର ଜବତ ହୋଇଥିଲା । ପରେ ସମସୁଦ୍ଧିନର ସୂଚନା ଆଧାରରେ ଅନିଲକୁ ଗିରଫ କରାଯାଇଥିଲା । ତା ନିକଟରୁ ପ୍ରାୟ ୧୦୦ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିଲା । ଏହା ସହ  ଏକ କାର ଜବତ କରିଥିଲା ପୋଲିସ।

ଏହି ଦୁଇ ବେପାରୀ ବିଭିନ୍ନ ଅଞ୍ଚଳରେ ବ୍ରାଉନ୍ ସୁରାର ବେପାର କରୁଥିଲେ । ସମସୁଦ୍ଧିନ୍ ବାଲେଶ୍ଵର, ଜଳେଶ୍ଵର ଅଞ୍ଚଳରୁ ବ୍ରାଭନ୍  ସୁଗାର ଆଣି ଅନିଲ ଭଳି ବେପାରୀଙ୍କୁ ଯୋଗାଉଥିଲା । ସମସୁଦ୍ଧିନ୍ ସହ ଅନେକ ବ୍ରାଉନସୁଗାର ବେପାରୀ ଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.