oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ବାପା ହେଉ ହେଉ ବି ପ୍ରାକ୍‌ଙ୍କ ପାଇଁ ଆସିଲା ଦୁଃଖଦ ଖବର, ଜନ୍ମ ପରେ ଆଖି ବୁଜିଲା ନବଜାତ

15/06/2022 at 9:40 PM

ନୂଆଦିଲ୍ଲୀ: ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବି ପ୍ରାକ ଦ୍ଵିତୀୟ କନ୍ୟା ସନ୍ତାନର ବାପା ହୋଇଥିଲେ। ହେଲେ କିଛି ସମୟ ପରେ ନବଜାତ ଶିଶୁର ପ୍ରାଣହାନୀ ଘଟିଛି। ଏହି ଘଟଣାରେ ଗାୟକଙ୍କ ଘରେ ଶୋକର ଲହରି ଖେଳି ଯାଇଛି। ବିପ୍ରାକ ଏବଂ ରାଙ୍କ ପତ୍ନୀ ମୀରା ବଚ୍ଚନ ଦ୍ଵିତୀୟ ସନ୍ତାନକୁ ନେଇ ବହୁତ ଉତ୍ସାହିତ ଥିଲେ। ମାତ୍ର ଜନ୍ମ ପରେ ପରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି ବି ପ୍ରାକ। ଏହି ଦୁଃଖଦ ସମୟରେ ଗାୟକ ଏବଂ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାକୁ ସେ ଅନୁରୋଧ କରିଛନ୍ତି।

ବି ପ୍ରାକ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବହୁତ ଦୁଃଖର ସହିତ ଜଣାଇବାକୁ ଚାହୁଁଛି ଯେ, ଜନ୍ମିତ ଶିଶୁକନ୍ୟା ଦୁନିଆରେ ପାଦ ଦେଉ ଦେଉ ଆର ପାରିକୁ ଚାଲି ଯାଇଛି। ଅଭିଭାବକ ଭାବେ ମୁସ୍କିଲ ସମୟ ଦେଇ ଆମେ ଗତି କରୁଛୁ। ସମସ୍ତ ଡାକ୍ତର ଏବଂ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ, ଯେଉଁମାନେ ପାରୁ ପର୍ଯ୍ୟନ୍ତ ସେବା କରିଛନ୍ତି। ଆମକୁ ସମର୍ଥନ ଦେଇଛନ୍ତି। ବର୍ତ୍ତମାନ ଆମେ ବହୁତ ଦୁଃଖରେ ଅଛୁ ଏବଂ ଭାଙ୍ଗି ପଡିଛୁ।

ବି ପ୍ରାକଙ୍କ ପ୍ରଥମ ଶିଶୁ ୨୦୨୦ରେ ଜନ୍ମ ଗ୍ରହଣ କରିଥିଲା। ପତ୍ନୀ ମୀରା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ବି ପ୍ରାକଙ୍କ ବିବାହ ୨୦୧୯ରେ ଚଣ୍ଡିଗଡରେ ହୋଇଥିଲା। ନିକଟରେ ତାଙ୍କର ଗୀତ ‘ଇସ୍କ ନହିଁ କରତେ’ ରିଲିଜ୍ ହୋଇଛି, ଯାହାକୁ ବଲିଉଡ ଅଭିନେତା ଇମ୍ରାନ  ହାସମିଙ୍କ ଜନ୍ମ ଦିନରେ ଲଞ୍ଚ କରାଯାଇଛି। ଏହି ଗୀତରେ ବି ପ୍ରାକ ନିଜେ କଣ୍ଠଦାନ କରିଛନ୍ତି। ଗୀତଟି ବହୁତ ଭାବ ବିହ୍ଵଳ ରହିଛି।

   Related Posts