ଅଜରବୈଜାନର ହେଲା ନାଗୋର୍ଣ୍ଣୋ-କାରାବାଖ, ସରିଲା ୩୦ ବର୍ଷର ଯୁଦ୍ଧ
28/09/2023 at 7:37 PM

ବକୁ ୨୮।୯: ପାଖାପାଖି ୩୦ ବର୍ଷ ଧରି ନାଗୋର୍ଣ୍ଣୋକାରାବାଖ ସହର ନିମନ୍ତେ ଲାଗି ରହିଥିବା ସଂଘର୍ଷର ଅବସାନ ହୋଇଛି। ଅଜରବୈଜାନ ପୁଣି ଥରେ ନାଗୋର୍ଣ୍ଣୋ-କାରାବାଖକୁ ନିଜ ଅକ୍ତିଆରକୁ ନେଇଛି। ଏ ପର୍ଯ୍ୟନ୍ତ ଏହି ସହରଟି ଆର୍ମେନିୟା ଅଧୀନରେ ଥିବା ବେଳେ ଏହା ଉପରେ ଆର୍ମେନିଆ ସେନାର ଶାସନ ଥିଲା। ଯେଉଁଥି ପାଇଁ ଗତ କିଛି ବର୍ଷ ହେଲା ଅଜରବୈଜାନ ଓ ଆର୍ମେନିୟା ମଧ୍ୟରେ ସଂଘର୍ଷ ଜାରି ଥିଲା। ଏହି ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନିକ ହତାହତ ହୋଇଛନ୍ତି। ଏହା ପରେ ଏବେ ଯାଇ ନାଗୋର୍ଣ୍ଣୋ-କାରାବାଖ ପୁଣି ଥରେ ଅଜରବୈଜାନ ଅକ୍ତିଆରକୁ ଆସିଛି। ଏଣୁ ଏଠାରେ ଥିବା ବିଛିନ୍ନତାବାଦୀ ସରକାରଙ୍କର ଏବେ ପତନ ହେବ ବୋଲି ଆଶା କରାଯାଉଛି।

ନାଗୋର୍ଣ୍ଣୋ-କାରାବାଖର ବିଛିନ୍ନତାବାଦୀ ସରକାର ଗୁରୁବାର ୧ ଜାନୁୟାରୀ ୨୦୨୪ ସୁଦ୍ଧା ଭଙ୍ଗ ହେବ ବୋଲି ବିଛିନ୍ନତାବାଦୀ ଘୋଷଣା କରିଛନ୍ତି। ତେବେ ନିଜଠାରୁ ପୃଥକ ହୋଇଥିବା ଅଞ୍ଚଳକୁ ପୁଣି ଥରେ ହାତକୁ ନେବା ପାଇଁ ଅଜରବୈଜାନ ନିକଟରେ ଆକ୍ରମକ କାର୍ଯ୍ୟାନୁଷ୍ଠାନ କରିଥିଲା ଓ ଏଠାରେ ଆର୍ମେନିୟ ସୈନିକଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ ବିଛିନ୍ନତାବାଦୀ ସରକାରଙ୍କୁ ଇସ୍ତଫା ଦେବା ପାଇଁ କହିଥିଲା। ଏହା ପରେ ବିଛିନ୍ନତାବାଦୀ ସରକାର ୧ ଜାନୁୟାରୀ ସୁଦ୍ଧାନିଜକୁ ନିଜେ ହଟିଯିବେ ବୋଲି ଘୋଷଣା କରିଛନ୍ତି।

ନାଗୋର୍ଣ୍ଣୋ-କାରାବାଖ ଉପରେ ବିଛିନ୍ନତାବାଦୀମାନେ ଗତ ୩୦ ବର୍ଷ ହେଲା ଶାସନ କରିଆସୁଥିଲେ। ତେବେ ସହରକୁ ଦ୍ୱିତୀୟବାର ନିଜ ନିୟନ୍ତ୍ରଣକୁ ନେବା ପରେ ଅଜରବୈଜାନ ଅଞ୍ଚଳର ବିଛିନ୍ନତାବାଦୀ ସରକାରଙ୍କ ପୂର୍ବ ମୁଖ୍ୟଙ୍କୁ ଗିରଫ କରିଥିବାର ଘୋଷଣା କରିଛି। ବିଛିନ୍ନତାବାଦୀ ସରକାରଙ୍କ ପୂର୍ବ ମୁଖ୍ୟଙ୍କୁ ଆର୍ମେନିୟା ସୀମାରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। ଅଜବୈଜାନ ସୀମା ସୁରକ୍ଷା ବଳ ବିଛିନ୍ନତାବାଦୀ ସରକାରର ପୂର୍ବ ମୁଖ୍ୟ ରୁବେନ ଭର୍ଦ୍ଦନୟାନକୁ ଗିରଫ କରାଯାଇଥିବା ଘୋଷଣା କରିଛି। ଗିରଫ ପରେ ବର୍ଦ୍ଦନୟାନକୁ ରାଜଧାନୀ ବକୁ ନିଆଯାଇ ସମ୍ପର୍କିତ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି।
କାନାଡ଼ା ବାୟୁସେନା ୱେବ୍ସାଇଟ୍ ହ୍ୟାକ୍; ନିଜକୁ ଦାୟୀ କଲା ଇଣ୍ଡିଆନ ସାଇବର ଫୋର୍ସ