ସ୍ୱାଧୀନତାର ଅମୃତ ମହୋତ୍ସବ: ଆଜିଠୁ ଆରମ୍ଭ ହେଲା ଦେଶବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନ; ଜାଣନ୍ତୁ ତ୍ରିରଙ୍ଗା ପତାକା ସମ୍ପର୍କିତ କିଛି ରୋଚକ ତଥ୍ୟ…

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩/୦୮: ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏବେ ସାରା ଦେଶରେ ସ୍ୱତନ୍ତ୍ରତୀର ଅମୃତ ମହତ୍ସୋବ ପାଳମ କରାଯାଉଛି। ଶନିବାରଠୁ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଅଗଷ୍ଟ ୧୩ ରୁ୧୫ ପର୍ଯ୍ୟନ୍ତ ଦେଶର ପ୍ରତ୍ୟକ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଉତ୍ସାହିତ କରାଯାଉଛି। ଦେଶ ସାରା ଦେଶରେ ଏହି ଅଭିଯାନ ଚାଲିବ। ଭାରତୀୟ ଜାତୀୟ ପତାକା(ତ୍ରିରଙ୍ଗା)ର ବ୍ୟବହାର ଓ ଉଡ଼ାଇବାର ନିୟମ ଆମ ସମସ୍ତଙ୍କର ଜାଣିବାର ଆବଶ୍ୟକତା ରହିଛି। ରାଷ୍ଟ୍ରୀୟ ଗୌରବର ଅପମାନ ନିବାରଣ ଅଧିନିୟମ ୧୯୭୧ ଓ ଭାରତୀୟ ଧ୍ୱଜ ସଂହିତା ୨୦୦୨ ଦ୍ୱାରା ତ୍ରିରଙ୍ଗାର ବ୍ୟବହାର ଓ ପ୍ରଦର୍ଶନ ନିୟନ୍ତ୍ରିତ ହୋଇଥାଏ।  

ଭାରତୀୟ ଧ୍ୱଜ ସଂହିତା ୨୦୦୨ ଜାନୁଆରୀ ୨୬ରେ ସଂଶୋଧନ କରାଯାଇଥିଲା। ଏହି ସଂଶୋଧନ ଦ୍ୱାରା ନାଗରିକମାନଙ୍କୁ କେବଳ ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସ ଛଡ଼ା ପ୍ରତ୍ୟକ ଦିନ ନିଜ ଘର, କାର୍ଯ୍ୟାଳୟ, ଓ ସମସ୍ତ ସର୍ବସାଧାରଣ ସ୍ଥାନରେ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ମିଳିଥିଲା। କିନ୍ତୁ ନିୟମ ଅନୁସାରେ ଜାତୀୟ ପତାକାକୁ କିପରି ଉଡ଼ାଯିବ, ସେନେଇ ଥିବା ନିୟମକୁ ଅନୁପାଳନ କରିବାକୁ ପଡ଼ିବ।

କେତେବେଳେ ଉଡ଼ି ପାରିବ ତ୍ରିରଙ୍ଗା?    

ପୂର୍ବରୁ କେବଳ ସୂର୍ଯ୍ୟାସ୍ତ ପୂର୍ବରୁ ତ୍ରିରଙ୍ଗା ଉଡ଼ାଇବା ବାଧ୍ୟତାମୂଳକ ଥିଲା। କିନ୍ତୁ ଚଳିତ ବର୍ଷ(୨୦୨୨) ଜୁଲାଇ ମାସ ଏହି ନିୟମରେ ସଂଶୋଧନ କରାଯାଇ ଉଭୟ ଦିନ ଓ ରାତିରେ ତ୍ରିରଙ୍ଗା ଉଡ଼ାଇବାର ଉଡ଼ାଇବାର ଅନୁମତି ମିଳିଛି।   

ଏହାର ଆକାର :~

ଜାତୀୟ ପତାକା ସବୁବେଳେ ଆୟତାକାର ହାଇଥାଏ ଓ ଏହାର ଲମ୍ୱ ଓ ପ୍ରସ୍ଥ ଅନୁପାତ ୩:୨ ହେବା ଆବଶ୍ୟକ ନିର୍ଦ୍ଧାରିତ ଅନୁପାତ ଅନୁସାରେ ଜାତୀୟ ପତାକା କୌଣସିବି ଆକାରରେ ହୋଇପାରିବ।

ତ୍ରିରଙ୍ଗା ପତାକା ତିଆରି ପାଇଁ ଉପକରଣ :~

୨୦୨୧ ମସିହାର ଏକ ଆଦେଶ ମାଧ୍ୟମରେ ଧ୍ୱଜ ସଂହିତାର ସଂଶୋଧନ କରାଯାଇଥିଲା। ଏହି ସଂଶୋଧନ ଅନୁସାରେ ଏବେ ପଲିଷ୍ଚର କପଡ଼ାରେ ମେସିନରେ ତିଆରି ହୋଇଥିବା ଜାତୀୟ ପତାକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପୂର୍ବରୁ ହାତ ତିଆରି କପା, ରେଶମ, ଖଦି ଇତ୍ୟାଦି କପଡ଼ାର ତ୍ରିରଙ୍ଗା ବ୍ୟବହାର ହେଉଥିଲା।

କେଉଁମାନେ ଜାତୀୟ ପତାକା ଉଡ଼ାଇପାରିବେ ?

ଜାତୀୟ ପତାକା ଉଡ଼ାଇବାରେ କାହାରି ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ଏହା ସାଧାରଣ ଲୋକ, ବ୍ୟକ୍ତିଗତ/ଘରୋଇ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କିମ୍ୱା ଅନ୍ୟମାନଙ୍କ ଦ୍ୱାରା ଉଡ଼ାଯାଇପାରିବ।

ଜାତୀୟ ପତାକାକୁ ସମ୍ମାନର ସହିତ କୌଣସି ଦିବସ କିମ୍ୱା ଉତ୍ସବରେ ମଧ୍ୟ ଉଡ଼ାଯାଇପାରିବ।

ଯାନ ବାହନରେ ତ୍ରିରଙ୍ଗା ଉଡ଼ିପାରିବକି?

ଜାତୀୟ ପତାକାକୁ କୌଣସି ବ୍ୟକ୍ତିଗତ ଯାନ ବାହନରେ ଜାତୀୟ ପତାକା ଉଡ଼ାଯାଇପାରିବ ନାହିଁ। ଏହା କେବଳ ଦେଶର ରାଷ୍ଚ୍ରପତି, ଉପରାଷ୍ଚ୍ରପତି, କ୍ୟାବିନେଟ୍ ମନ୍ତ୍ରୀ, ରାଜ୍ୟପାଳ ଉପରାଜ୍ୟପାଳ, ରାଜ୍ୟମନ୍ତ୍ରୀ, ଲୋକସଭା ବାଚଷ୍ପତି, ରାଜ୍ୟସଭା ଉପସଭାପତି, ଭାରତର ମୁଖ୍ୟ ନ୍ୟାୟାଧିଶ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ, ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଗାଡ଼ିରେ କେବଳ ଲାଗିପାରିବ

ତ୍ରିରଙ୍ଗା ଉଡ଼ାଇବା ବେଳେ କଣ ଧ୍ୟାନ ଦେବା ଆବଶ୍ୟକ ?

ଜାତୀୟ ପତାକାକୁ ସମ୍ମାନ ଦେଇ ରଖିବା ଆବଶ୍ୟକ, ଯେତେବେଳେ ଏହାକୁ ଅନ୍ୟ କୌଣସି ପତାକା ସହିତ ଉଡ଼ାଯାଉଛି ସେତେବେଳେ ତ୍ରିରଙ୍ଗା ଅଧିକ ଉଚ୍ଚତାରେ ଯେପରି ଉଡ଼ିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପତାକା ଉତ୍ତୋଳନ ସମୟରେ ଧ୍ୟାନ ଦେବା ଆବଶ୍ୟକଯେ ନାରଙ୍ଗି ରଙ୍ଗ ସବୁବେଳେ ପତାକାର ଉପରେ ରହିବା ଆବଶ୍ୟକ। ଭୂଲମ୍ୱ ଆକାରରେ ପତାକାକୁ ରଖିବା ବେଳେ ନାରଙ୍ଗି ରଙ୍ଗ ଯେପରି ଡାହାଣ ପଟକୁ ରହିବ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ।  

ତ୍ରିରଙ୍ଗା ଉଡ଼ାଇବା ବେଳେ କଣ କରିବା ଉଚିତ ନୁହେଁ?

ଚିରି ଯାଇଥିବା ତ୍ରିରଙ୍ଗାକୁ କେବେବି ଉଡାଇବା ଉଚିତ ନୁହେଁ।

ତ୍ରିରଙ୍ଗାକୁ କେବେବି ଜମି, ଚଟାଣ, ପାଣିରେ ରଖାଯାଇପାରିବ ନାହିଁ। ପତାକା ଉଡ଼ିବା ସମୟରେ ଏହାକୁ ଛୁଇଁବା ଆବଶ୍ୟକ ନୁହେଁ।

ଶହୀଦଙ୍କ ମର ଶରୀର ବ୍ୟତିତ ଅନ୍ୟ କୌଣସି ଜିନିଷ ବା ବସ୍ତୁକୁ ତ୍ରିରଙ୍ଗାରେ ଘୋଡ଼ା ଯାଇପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.