ଭୁଲ୍ ମାଗିଲେ ଆଜମ୍ ଖାନ୍ : କହିଲେ ରମାଦେବୀ ମୋ ଭଉଣୀ ପରି
29/07/2019 at 10:56 AM

ନୂଆଦିଲ୍ଲୀ ୨୯/୭: ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଲୋକସଭାରେ ଭାଜପା ସାଂସଦ ରମା ଦେବୀଙ୍କ ବିରୋଧରେ ଅଶ୍ଳୀଳ ଟିପ୍ପଣୀ କରିଥିବାରୁ ଭୁଲ୍ ମାଗିଛନ୍ତି। ଆଜମ୍ ସୋମବାର ଲୋକସଭା ଚାଲିଥିବାବେଳେ ରମାଦେବୀଙ୍କୁ ନିଜର ଭଉଣୀ ବୋଲି କହିଛନ୍ତି।

ଆଜମ୍ ଗତ ୨୫ତାରିଖରେ ଭାରରପ୍ରାପ୍ତ ଅଧିକାରୀ ରମା ଦେବୀଙ୍କୁ ଅଶ୍ଳୀଳ ଟିପ୍ପଣୀ ଦେଇଥିଲେ। ସଂସଦରେ କାର୍ଯ୍ୟ ପୂର୍ବରୁ ଓମ ବିର୍ଲା ନିଜ କାର୍ଯ୍ୟାଳୟରେ ଅଖିଳେଶ ଯାଦବ ଏବଂ ଆଜମ ଖାନଙ୍କ ସହ ବୈଠକ କରିଥିଲେ। ଏଥିରେ ରମା ଦେବୀ ମଧ୍ୟ ସାମିଲ ହୋଇଥିଲେ।