ଅଡୁଆରେ ଇମ୍ରାନ : ପାକିସ୍ତାନ ସରକାର ହଟାଇବା ଦାବିରେ ଆଜାଦି ରାଲି ଡାକରା

Published By : Prameya-News7 Bureau | October 13, 2019 IST

କରାଚୀ ୧୩/୧୦: କାଶ୍ମୀର ପ୍ରସଙ୍ଗରେ ସବୁଠୁ ନିରାଶ ହେବା ପରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନିଜ ଦେଶରେ ଅଡୁଆରେ ଘେରି ଯାଇଛନ୍ତି । ପାକିସ୍ତାନ ସରକାର ବିରୋଧୀ ସ୍ବର ତେଜ ହେଉଛି । ଯାହାକୁ ମୁକାବିଲା କରିବାରୁ ଇମ୍ରାନ ବାଟ ଖୋଜୁଛନ୍ତି ।

ଜମିଅତ-ଏ-ଇସଲାମ୍ ନେତା ମୌଲାନା ଫଜଲୁ ରେହମାନ ଇମ୍ରାନ ସରକାରକୁ ଗାଦିରୁ ହଟାଇବା ଦାବିରେ ଇସଲାମାବାଦ ପର୍ଯ୍ୟନ୍ତ ଆଜାଦି ରାଲି କରିବା ପାଇଁ ଡାକରା ଦେଇଛନ୍ତି । ଏବେ ଏହି ମୌଲାନାଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ଇମ୍ରାନ । ମୌଲାନାଙ୍କ ଚେତାବନୀକୁ ଦେଖି ଡରି ଯାଇଛନ୍ତି ଇମ୍ରାନ ଖାନ । ମୌଲାନା ରହମାନଙ୍କ ସହ କଥା ହେବା ଲାଗି ବାଟ ଖୋଜୁଛନ୍ତି ଇମ୍ରାନ ।

ଏପଟେ ୩୧ ଅକ୍ଟୋବରରେ ସରକାର ବିରୋଧରେ ବୈଠକ ଡାକିଛନ୍ତି ମୌଲାନା । ଆଜାଦି ରାଲି ରୋକିବାକୁ ଚେଷ୍ଟା କରାଗଲେ ସାରା ଦେଶରେ ଚକା ଜାମ କରିଦେବେ ବୋଲି ଧମକ ଦେଇଛନ୍ତି ମୌଲାନା । ଏହି ରାଲି ୨୭ଅକକ୍ଟୋବରରେ ଆରମ୍ଭ ହୋଇ ୩୧ଅକ୍ଟୋବରରେ ଇସଲାମବାଦ ପହଞ୍ଚିବ । ଗୋଟଏ ପଟେ ପାକିସ୍ତାନ ସେନାମୁଖ୍ୟ ଦେଶର ଶିଳ୍ପପତିଙ୍କ ସହ ଗୁପ୍ତ ବୈଠକ କରୁଛନ୍ତି, ଯାହା ଫଳରେ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ନେଇ ଆଶଙ୍କା ବଢିଛି । ସେପଟେ ମୌଲାନାଙ୍କ ଧମକ ଇମ୍ରାନଙ୍କୁ ଛାନିଆ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.