ରିଲିଜ ହେଲା ଆୟୁଷ୍ମାନ ଖୁରାନ୍ନାଙ୍କ ଫିଲ୍ମ "ଶୁଭ ମଙ୍ଗଳ ଜ୍ୟାଦା ସାବଧାନ"ର ଟ୍ରେଲର

Published By : Prameya-News7 Bureau | January 20, 2020 IST

ମୁମ୍ବାଇ୨୦|୧: ବଲିଉଡର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆୟୁଷ୍ମାନ ଖୁରାନ୍ନା । ଆୟୁଷ୍ମାନ ପରଦାରେ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରନ୍ତି। ତାଙ୍କର ପ୍ରତ୍ୟେକ ଫିଲ୍ମରେ ଜବରଦସ୍ତ ଡୋଜ୍‌ ଥାଏ। ଆୟୁଷ୍ମାନ ଜଣେ ଏମିତି ଅଭିନେତା ଯିଏ ଦର୍ଶକଙ୍କୁ ଲଗାତାର ୭ଟି ହିଟ୍‌ ଫିଲ୍ମ ଦେଇସାରିଛନ୍ତି।

{"id":213743,"sizeSlug":"large"}

ନିକଟରେ ଆୟୁଷ୍ମାନ ଖୁରାନ୍ନାଙ୍କ ଆଗାମୀ ସିନେମାର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ଦେଖି ଦର୍ଶକ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି। ଆୟୁଷ୍ମାନଙ୍କର ଏହି ଫିଲ୍ମ ସମ୍ପୂର୍ଣ ପାରିବାରିକ ମନୋରଞ୍ଜନ ସିନେମା ବୋଲି କୁହାଯାଉଛି । ଖୁରାନ୍ନାର ଏହି ଫିଲ୍ମ ମାଧ୍ୟମରେ ସମାଜକୁ ପୁଣି ଏକ ନୂଆ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ମିଳିବ। ଏହି ଫିଲ୍ମର ନାଁ ହେଉଛି 'ଶୁଭ ମଙ୍ଗଳ ଜ୍ୟାଦା ସାବଧାନ' ।

{"id":213744,"sizeSlug":"large"}

ଫିଲ୍ମରେ ଅଭିନେତା ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାରଙ୍କ କମାଲ ଦେଖିବାକୁ ମିଳିବ। 'ବଧାଇ ହୋ' ଫିଲ୍ମରେ ଦମ୍‌ଦାର ଭୂମିକାରେ ନଜର ଆସିଥିବା ଗଜରାଜ ରାଓ ଓ ନିନା ଗୁପ୍ତାଙ୍କ ଯୋଡି ମଧ୍ୟ ଏଥର ଏହି ଫିଲ୍ମରେ ଦେଖିବାକୁ ମିଳିବ। ଆୟୁଷ୍ମାନ ଅଧିକାଂଶ ସମୟ ନିଜ ଅଭିନୟ ଓ ଫିଲ୍ମ ନେଇ ଚର୍ଚ୍ଚାରେ ରୁହନ୍ତି।

{"id":213745,"sizeSlug":"large"}

ଏଥର ଆୟୁସ୍ମାନ ନିଜ ଦୃଢ ଇଚ୍ଛା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ ଦର୍ଶକଙ୍କ ପାଇଁ ତାଙ୍କ ସକ୍ଷମଠୁ ଅଧିକ ପରିଶ୍ରମ କରିବାକୁ ସବୁବେଳେ ଚେଷ୍ଟା କରନ୍ତି। କାରଣ ଦର୍ଶକ ଫିଲ୍ମ ଦେଖି ଏନ୍‌ଜଏ କଲେ ତାଙ୍କୁ ଏକ ପ୍ରକାରର ସନ୍ତୁଷ୍ଟ ମିଳେ ବୋଲି ସେ କହିଛନ୍ତି। ତେଣୁ ଏହି ଫିଲ୍ମକୁ ମଧ୍ୟ ତାଙ୍କର ଅନ୍ୟ ଫିଲ୍ମ ଭଳି ଅଧିକ ଭଲ ପାଇବା ମିଳୁ ବୋଲି ସେ ଆଶା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.