ମୁମ୍ବାଇ: ସିନେମା ହଲ୍ରେ ଗଦର-୨, ଓ ମାଇଁ ଗଡ୍-୨ ଧମାଲ କରୁଥିବା ବେଳେ ଆୟୁଷ୍ମାନ ଖୁରାନା-ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଡ୍ରିମ୍ ଗାର୍ଲ-୨ ବି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଏହି ଫିଲ୍ମ ମାତ୍ର ୬ ଦିନରେ ୫୦ କୋଟି ଆୟ କରିଥିବା ସୂଚନା ମିଳିଛି।
ବଲିଉଡ୍ରେ ଆୟୁଷ୍ମାନ ଖୁରାନଙ୍କୁ ମଧ୍ୟ ଇଣ୍ଟେଲିଜେଣ୍ଟ ଆକ୍ଟର ବୋଲି କୁହାଯାଏ। ନିଜ ଫିଲ୍ମକୁ ସଫଳ କରିବା ପାଇଁ ଆୟୁଷ୍ମାନ ପୂରା ଜୀବନ ଦେଇ ଅଭିନୟ କରନ୍ତି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ଫିଲ୍ମ ୭ ଦିନ ମଧ୍ୟରେ ୬୬.୦୦ କୋଟି ବ୍ୟବସାୟ କରିଛି। ରିଲିଜ୍ର ପ୍ରଥମଦିନ ଅର୍ଥାତ୍ ଶୁକ୍ରବାର ଦିନ, ଫିଲ୍ମ ୧୦.୬୯ କୋଟି ବ୍ୟବସାୟ କରିଥିଲା। ଶନିବାର ଦ୍ୱିତୀୟ ଦିନରେ ୧୪.୦୨ କୋଟି, ତୃତୀୟ ଦିନରେ ୧୬ କୋଟି ଓ ସୋମବାର ଚତୁର୍ଥ ଦିନରେ ୫.୪୨ କୋଟି ଟଙ୍କା ବ୍ୟବସାୟ କରିଥିଲା ଫିଲ୍ମ। ମଙ୍ଗଳବାର ପଞ୍ଚମ ଦିନରେ ଏହି ଫିଲ୍ମ ୫.୮୭ କୋଟି ଟଙ୍କା ଆୟ କରିଛି।
ସେହିପରି ଷଷ୍ଠ ଦିନରେ ଅର୍ଥାତ୍ ବୁଧବାର ଦିନ ଫିଲ୍ମ ଆୟ ବଢ଼ି ଦିନକରେ ୭ କୋଟି ଟଙ୍କା ସଂଗ୍ରହ କରିଥିଲା। ସପ୍ତମ ଦିନରେ ୬.୫୦ କୋଟି ଟଙ୍କା ବ୍ୟବସାୟ କରି ମୋଟ ୬୬ କୋଟି ଟଙ୍କା ରୋଜଗାର କରିଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ ଗାର୍ଲ-୨।
ସୂଚନା ଥାଉକି, ଡ୍ରିମ୍ ଗାର୍ଲ-୨ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅନନ୍ୟା ପାଣ୍ଡେ। ଏଥିସହିତ ଫିଲ୍ମରେ ପରେଶ ରାୱଲ, ରାଜପାଲ ଯାଦବ, ଅଭିଷେକ ବାନାର୍ଜୀ, ଅନ୍ନୁ କପୁର, ବିଜୟ ରାଜ, ସୀମା ପହୱା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ୨୫ ଅଗଷ୍ଟରେ ବଡ ପରଦାରେ ମୁକ୍ତିଲାଭ କରିଥିଲା।