ହନ୍ଦଓ୍ବାଡ଼ା ଶହୀଦଙ୍କ ପାଇଁ ଇମୋସନାଲ କବିତା ଲେଖିଲେ ଅଭିନେତା ଆୟୁଷ୍ମାନ ଖୁରାନା : ସେଲିବ୍ରିଟି କହିଲେ ସାଲ୍ୟୁଟ୍..
7/05/2020 at 5:38 PM

ମୁମ୍ବାଇ ୭/୫: ଜାମ୍ମୁ କାଶ୍ମୀରର ହନ୍ଦଓ୍ବାଡ଼ାରେ ହୋଇଥିବା ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଆତଙ୍କବାଦୀ ନିହତ ହୋଇଥିବାବେଳେ ମେଜର ସମେତ ୫ସୁରକ୍ଷାକର୍ମୀ ଶହୀଦ ହୋଇଯାଇଛନ୍ତି। ଫଳରେ ପୂରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କ ବାହାଦୁରୀକୁ ସଲାମ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଏହା ସହିତ ହନ୍ଦଓ୍ବାଡ଼ା ଗୁଳି ବିନିମୟ ବିଷୟରେ ଆଲୋଚନା କରିଛନ୍ତି।
ମହାନାୟକ ଅମିତାଭ ହନ୍ଦଓ୍ବାଡ଼ାରେ ହୋଇଥିବା ଘଟଣାକୁ ନେଇ ଟ୍ବିଟ୍ କରି ଲେଖିଛନ୍ତି,‘ ନିକଟରେ ହୋଇଥିବା ଆକ୍ରମଣରେ ଶହୀଦଙ୍କ ହୃଦୟକୁ ଛୁଇଁ ନେଉଥିବା ଭଳି ଫଟୋ,ସାଥୀ ଅଫିସରଙ୍କ ପରିବାରକୁ ସହିବା ପାଇଁ ଏବଂ ଆଲୋଚନା କରିବା ପାଇଁ ବହୁତ କିଛି,ତାଙ୍କ ପାଇଁ ଗର୍ବିତ ଯେଉଁମାନେ ଅନ୍ୟଙ୍କ ଇଚ୍ଛା ପାଇଁ ସମର୍ପିତ। ଜୟ ହିନ୍ଦ! ଏବଂ ସଲାମ।’
ଅଭିନେତା ଆୟୁଷ୍ମାନ୍ ଖୁରାନା ମଧ୍ୟ ଏହି ଘଟଣା ଉପରେ ମନ ଛୁଇଁବା ଭଳି ଭାବୁକ କବିତା ଟ୍ବିଟ୍ କରିଛନ୍ତି। ଆୟୁଷ୍ମାନ୍ ଖୁରାନା ଆକ୍ରମଣରେ ଶହୀଦ ହୋଇଥିବା ଜବାନଙ୍କୁ ନିଜ ଖାସ୍ କବିତା ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
ଅଭିନେତା ଅନୁପମ ଖେର ଟ୍ବିଟରେ ଲେଖିଛନ୍ତି,‘କର୍ଣ୍ଣଲ୍ ଆଶୁତୋଷ ଶର୍ମା,ମେଜର ଅନୁଜ ସୁଦ,ଲାଂସ ନାୟକ ଦିନେଶ ସିଂହ,ନାୟକ ରାଜେଶ,ସବ୍ ଇନସପେକ୍ଟର କାଜି ହନ୍ଦଓ୍ବାଡ଼ା କାଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନ ଦେଇ ଦେଇଛନ୍ତି। ଆଶା କରୁଛନ୍ତି ଯେ ତାଙ୍କ ମୃତ୍ୟୁ ବ୍ୟର୍ଥ ଯିବ ନାହିଁ। ଏହି ବୀରଙ୍କୁ ତାଙ୍କ ଶତ ଶତ ନମସ୍କାର। ପ୍ରଭୁ ତାଙ୍କ ପରିବାର ଲୋକଙ୍କୁ ଶକ୍ତି ଦିଅନ୍ତୁ।’
ଅଭିନେତା ହ୍ରିତିକ୍ ରୋଶନ୍ ଶହୀଦ ହୋଇଥିବା ବୀରଙ୍କ ପାଇଁ ଟ୍ବିଟରରେ ଲେଖିଛନ୍ତି,‘ ହନ୍ଦଓ୍ବାଡ଼ାରେ ୫ ସାହସୀ ଜୀବନ ହାରିଛନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ଦେଶ ତାଙ୍କ ବଳିଦାନର ସର୍ବଦା ଋଣୀ ରହିବ। ଆମ ଶହୀଦଙ୍କ ଏହି ସାହସକୁ ସଲାମ। ସମସ୍ତଙ୍କ ପରିବାର ସହ ତାଙ୍କର ଗଭୀର ସମ୍ବେଦନା। ପ୍ରାର୍ଥନା,ଜୟ ହିନ୍ଦ।
ଅଭିନେତ୍ରୀ ଅନୁଷ୍କା ଶର୍ମା ହନ୍ଦଓ୍ବାଡ଼ାରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି,‘ଯବାନମାନେ ମଧ୍ୟ ମାଂସ,ରକ୍ତ ଏବଂ ଫିଲିଙ୍ଗସରେ ହୋଇଥାନ୍ତି। ଖାକି ପିନ୍ଧିଥିବା ପୁରୁଷ-ମହିଳା ଏବଂ ତାଙ୍କ ପରିବାରକୁ ମଧ୍ୟ ସେତିକି ପ୍ରେମ,ଧ୍ୟାନ ଏବଂ ସମ୍ମାନ ଦରକାର,ଯେତିକି ଖାକିକୁ।’