scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ଆୟୁଷ୍ମାନ ଖୁରାନା ? ଐଶ୍ୱର୍ଯ୍ୟା ରଜନୀକାନ୍ତ ନେବେ ନିର୍ଦ୍ଦେଶନା ଦାୟିତ୍ୱ !

30/05/2023 at 1:08 PM

ମୁମ୍ବାଇ ୩୦।୦୫: କ୍ରିକେଟର ସୌରଭ ଗାଙ୍ଗୁଲି । ଅନେକ ସମୟରେ ତାଙ୍କ ବାୟୋପିକ୍‌କୁ ନେଇ ଲାଗି ରହିଥାଏ ଚର୍ଚ୍ଚା ।  ଏବେ ପରଦାରେ ଗାଙ୍ଗୁଲି ହୋଇପାରନ୍ତି ଆୟୁଷ୍ମାନ ଖୁରାନା । ଅର୍ଥାତ୍ ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ନଜର ଆସିବେ ଆୟୁଷ୍ମାନ । କୁହାଯାଉଛି କି ଦାଦାଙ୍କ ବାୟୋପିକ ପାଇଁ ପୂର୍ବରୁ ରଣବୀର କପୁରଙ୍କ ନାଁ ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ଫିଲ୍ମ ପାଇଁ ନିର୍ମାତା ଆୟୁଷ୍ମାନଙ୍କୁ କରିଛନ୍ତି କାଷ୍ଟ । ଏଥିସହିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ସମ୍ଭାଳିବେ ବୋଲି ଖବର ଆସୁଛି ।

ରିପୋର୍ଟ ଅନୁଯାୟୀ ‘ଲବ ଫିଲ୍ମସ୍’ ଏହାକୁ ପ୍ରସ୍ତୁତ କରୁଛି ଏବଂ ନିର୍ମାତାମାନେ ଆୟୁଷ୍ମାନଙ୍କ ସହ ଏହି ଫିଲ୍ମ ବିଷୟରେ କିଛି ମାସ ହେବ ଆଲୋଚନା କରୁଛନ୍ତି । ଆଲୋଚନା ବର୍ତ୍ତମାନ ଏକ ଭଲ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆନୁଷ୍ଠାନିକ ଭାବେ ଦସ୍ତଖତ କରିବା ପୂର୍ବରୁ କିଛି ଫର୍ମାଲିଟିର କଥା ହେବା ବାକି ରହିଛି ।   ନିର୍ଦ୍ଦେଶକଙ୍କୁ ବିଶ୍ବାସ ଅଛି ଯେ ବାମହାତୀ ବ୍ୟାଟ୍ସମ୍ୟାନ୍ ଆୟୁଷ୍ମାନ ସୌରଭ ଗାଙ୍ଗୁଲିଙ୍କ ଭୂମିକା ପାଇଁ ସର୍ବୋତ୍ତମ ପସନ୍ଦ ।

You can Read:

ଆହୁରି ମଧ୍ୟ କୁହାଯାଉଛି କି, ‘ସୌରଭ ଗାଙ୍ଗୁଲି ତାଙ୍କ ବାୟୋପିକ୍ ପାଇଁ ଆୟୁଷ୍ମାନଙ୍କୁ ମଞ୍ଜୁରୀ  ଦେଇଛନ୍ତି । ସେ ଖୁବ୍‌ଶୀଘ୍ର ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ । ଆୟୁଷ୍ମାନଙ୍କୁ ଶୁଟିଂ ଆରମ୍ଭ କରିବା ପୂର୍ବରୁ କ୍ରିକେଟ୍ ଟ୍ରେନିଙ୍ଗର ସାମ୍ନାକୁ କରିବାକୁ ପଡିବ ।  ଯାହା କିଛି ମାସ ପର୍ଯ୍ୟନ୍ତ ଚାଲିପାରେ ।

ଏହି ସମୟରେ ଶୁଣିବାକୁ ମିଳୁଥିଲା କି ଜୁବଲି ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଉ ନିର୍ଦ୍ଦେଶକ ଭାବେ ନିର୍ଦ୍ଦେଶନା ଦେଇପାରନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ।

 ଆୟୁଷ୍ମାନ ଖୁରାନାଙ୍କ କଥା କହିବାକୁ ଗଲେ ସେ ଖୁବଶୀଘ୍ର ‘ଡ୍ରିମ୍ ଗାର୍ଲ ୨’ରେ ନଜର ଆସିବେ । ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବାକୁ ଗଲେ ସେ ଫିଲ୍ମ ‘ଲାଲ ସଲାମ’ର ନିର୍ଦ୍ଦେଶନା ଶେଷ କରିଛନ୍ତି । ଯେଉଁଥିରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ରଜନୀକାନ୍ତଙ୍କ ଏକ କେମିଓ ରୋଲ୍ କରିଛନ୍ତି ।  

   Related Posts