scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଗଦର-୨ ଓ ଓଏମ୍‌ଜି-୨ ଭିତରେ ଫସିଲା ‘ଡ୍ରିମଗାର୍ଲ’: ଫିଲ୍ମର ସଫଳତା ନେଇ ଆଶଙ୍କାରେ ନିର୍ମାତା ଓ ଅଭିନେତା

22/08/2023 at 6:03 PM

ମୁମ୍ୱାଇ ୨୨/୦୮: ସନି ଦେଓଲ ଅଭିନୀତ ‘ଗଦର ୨’ ଏବଂ ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଦେଶର ସମସ୍ତ ସିନେମା ଘର ଗୁଡ଼ିକରେ ଧମାକା କରୁଛି । ଏହି ଦୁଇ ବିଗ୍ ଷ୍ଟାରର ମୁଭି ସିନେ ପ୍ରେମୀଙ୍କ ହୃଦୟକୁ ସମ୍ପୁର୍ଣ୍ଣ ରୂପେ କବଜା କରି ରଖିଛି । ଏଭଳି ସ୍ଥିତିରେ ଅନ୍ୟ କୌଣସି ସିନେମା ପ୍ରତି ଦର୍ଶକଙ୍କ ନଜର ପଡ଼ୁନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ‘ଡ୍ରିମଗାର୍ଲ ୨’ର ମେକର୍ସ । ଆସନ୍ତା ୨୫ତାରିଖରେ ସିନେମାଟି ସର୍ବ ଭାରତୀୟ ସ୍ତରରେ ରିଲିଜ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଶଙ୍କାରେ ନିର୍ମାତା ।

୨୦୧୭ରେ ରିଲିଜ ହୋଇଥିବା ‘ଡ୍ରିମଗାର୍ଲ’ ଏକ ମଧ୍ୟମ ଧରଣର ବଜେଟର ସିନେମା ଥିଲା । ମାତ୍ର ଆୟୁଷ୍ମାନ ଖୁରାନାଙ୍କ ଦମଦାର ଅଭିନୟ ସିନେମାଟିକୁ ସୁପର ହିଟ୍ କରିଥିଲା । ଅପରପକ୍ଷେ ଆୟୁଷ୍ମାନଙ୍କ ଅଭିନୟ କ୍ୟାରିୟରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା ଏହି ସିନେମା । ତେଣୁ ଏହାର ସିକ୍ୱେଲକୁ ନେଇ ବେଶ ଆଶାବାଦୀ ଥିଲେ ଉଭୟ ଅଭିନେତା ଓ ନିର୍ମାତା । କିଛି ଦିନ ପୂର୍ବରୁ ସିନେମାର ଟ୍ରେଲର ରିଲିଜ ହୋଇଥିଲା ଯାହାକୁ ପ୍ରଶଂସକଙ୍କ ଖୁବି ଭଲ ରେସପନ୍ସ ମିଳିଥିଲା ।

ମାତ୍ର ଏବେ ସୋସିଆଲ ମିଡିଆଠୁ ନେଇ ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ ସବୁଠି ‘ଗଦର ୨’ ଓ ‘ଓଏମଜି ୨’ର କ୍ରେଜ ଛାଇ ରହିଥିବା ବେଳେ ‘ଡ୍ରିମଗାର୍ଲ ୨’କୁ ଆଶା ଅନୁଯାୟୀ ଲାଇମ ଲାଇଟ୍ ମିଳୁ ନାହିଁ । ସିନେମାଟି ଭଲ ଆୟ କରିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆୟୁଷ୍ମାନଙ୍କ ପାଇଁ ଅନ୍ୟ ଏକ ସମସ୍ୟା ସାଜିଛି ରିଲିଜ ଅପେକ୍ଷାରେ ଥିବା ‘ଜୱାନ’ । ଶାହରୁଖଙ୍କ ଅଭିନୀତ ଏହି ବିଗ୍ ବଜେଟ ମୁଭି ସେପ୍ଟେମ୍ବର ୭ରେ ରିଲିଜ ହେବାକୁ ନିଷ୍ପତ୍ତି ହୋଇଛି ।

‘ଡ୍ରିମଗାର୍ଲ ୨’ ଆସନ୍ତା ୨୫ ତାରିଖରେ ରିଲିଜ ହେଲେ ସିନେମାଟି ଯୋରଦାର ପ୍ରତିଯୋଗିତାର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆୟୁଷ୍ମାନଙ୍କ ଅଭିନିତ ଶେଷ ୪ଟି ସିନେମା ଫ୍ଲପ୍ ହୋଇଥିବା ବେଳେ ‘ଡ୍ରିମଗାର୍ଲ୍ ୨’କୁ କିଭଳି ରେସପନ୍ସ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

you can also read…

   Related Posts