ଇଦ୍‌ରେ ଆସିବନି ‘ଡ୍ରିମ୍‌ ଗର୍ଲ-୨’, ବଦଳିଲା ଆୟୁଷ୍ମାନ୍‌ଙ୍କ ଫିଲ୍ମର ରିଲିଜ୍‌ ଡେଟ୍‌

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: କିଛି ଦିନ ତଳେ ଅନନ୍ୟା ପାଣ୍ଡେ ଓ ଆୟୁଷ୍ମାନ ଖୁରାନା  ଷ୍ଟାରର୍‌ ‘ଡ୍ରିମ୍‌ ଗର୍ଲ-୨’ର ରିଲିଜ୍‌ ତାରିଖ ଘୋଷଣା  ହୋଇଥିଲା । ଆସନ୍ତା ବର୍ଷ ଜୁନ୍‌ ୨୯ ତାରିଖରେ ଫିଲ୍ମ  ରିଲିଜ୍‌ ହୋଇଥାନ୍ତା । ଏବେ ରିଲିଜ୍‌ ତାରିଖକୁ ପଛକୁ ଘୁଞ୍ଚାଇ  ଦିଆଯାଇଛି । ଆସନ୍ତା ବର୍ଷ ଜୁନ୍‌ ୨୩ ତାରିଖରେ ଏହା  ସିନେମାଘରକୁ ଆସିବ ।

ରିପୋର୍ଟ ଅନୁସାରେ,  କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡ଼ଭାନିଙ୍କ ଫିଲ୍ମ  ‘ସତ୍ୟ ପ୍ରେମ କି କଥା’ ଯୋଗୁ ନିର୍ମାତା  ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍‌  ୨୯ ତାରିଖରେ ଫିଲ୍ମଟି ମୁକ୍ତିଲାଭର  ଯୋଜନା ଅଛି । ଯଦି ଏମିତି  ହୁଏ, ବକ୍ସ ଅଫିସ୍‌ ଉପରେ  ଏହାର ପ୍ରଭାବ ପଡ଼ିବ ।  ଫିଲ୍ମ କଲେକ୍ସନ୍‌  ଉପରେ ମଧ୍ୟ ।  ଏହାକୁ ଦୃଷ୍ଟିରେ  ରଖି ‘ଡ୍ରିମ୍‌  ଗର୍ଲ-୨’  ସପ୍ତାହେ ଆଗରୁ  ରିଲିଜ୍‌ କରିବାକୁ  ମେକର୍‌ ନିଷ୍ପତ୍ତି  ନେଇଛନ୍ତି । 

ମୂଳ ଫିଲ୍ମ  ‘ଡ୍ରିମ୍‌ ଗର୍ଲ’ରେ  ଆୟୁଷ୍ମାନଙ୍କ  ଅପୋଜିଟ୍‌ରେ  ଥିଲେ ନୁସ୍‌ରତ  ଭରୁଚା ।  ସିକ୍ୱେଲ୍‌ରେ  ଅନନ୍ୟାଙ୍କୁ କାଷ୍ଟ୍‌  କରାଯାଇଛି ।  ଉଭୟଙ୍କ ସମେତ  ଅନୁ କପୁର,  ପରେଶ ରାୱଲ,  ଅଭିଷେକ ବାନାର୍ଜୀ,  ସୀମା ପହୱା ଓ  ମନଜୋତ ସିଂହଙ୍କ  ଭଳି କଳାକାର  ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ନଜର  ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.